STORYMIRROR

Sunanda Mohanty

Romance Thriller Others

3  

Sunanda Mohanty

Romance Thriller Others

ଫେରିଆସ ବସନ୍ତ

ଫେରିଆସ ବସନ୍ତ

1 min
7


ତମେ ଥିଲ ଦିନେ ଶୀତ ସକାଳର

ଉଷୁମ ସ୍ବପ୍ନର ସ୍ପର୍ଶ

ଏବେ କିଆଁ ଲାଗ କୁହୁଡି କୁହୁଡି

ରସ ବାସ ହୀନ ପୁଷ୍ପ

ଏଇଟା ବୋଧେ ବୟସ

ତମେ ଥିଲ ଦିନେ ବାତାୟନ ଦେଇ

ସୂର୍ଯ୍ୟ ଆଗମନେ ସତେକି ସୁନେଲି ରାସ

କଚଡ଼ା ବର୍ଷାର ଶୋଷ

ଏଇଟା ବୋଧେ ନିଦାଘର ଶେଷ

ତମେ ଥିଲ ଦିନେ ଅମାନିଆଁ ଖରା

ବାଦଲ ଭିତରେ ଟୋପାଟେ ଟିକିଏ ହସ

ଏବେ କିଆଁ ଲାଗ ଧୁ ଧୁ ଉତ୍ତାପ

ସବୁଠି ଜଳ ସ୍ଥଳ ଆକାଶ ଓ ଚତୁପାର୍ଶ୍ୱ

ଏଇଟା ବୋଧେ ସମୟର ଅବଶୋଷ

ତମେ ଥିଲ ଦିନେ ଝରା ଶେଫାଳିର

ଅମୋଘ ସୂତ୍ରର ଫାଶ

ଏବେ କିଆଁ ଲାଗ ମଳିନ ମଳିନ

ଉଦାସୀ ଜହ୍ନ ଗୋ ନାହିଁ ସେ ପରିପ୍ରକାଶ

ଏଇଟା ବୋଧେ ବିରହ ବିରାଗ ହତାସ

ପୁଣି ଆଣିବ ବସନ୍ତ ଜୀବନେ ମୁଠାଏ ହସ

ପ୍ରତ୍ୟାଶା ଢେଉରେ ବାଦଲ ଉହାଡ଼େ

ଥିବ ମଧୁମୟ ଚନ୍ଦ୍ରହାସ

ରସ ବାସ ଗନ୍ଧ ବିହୀନ ଜୀବନେ

ମଳୟ ମାଟିର ସ୍ପର୍ଶ

ଲହଡି କୁହୁଡି ଭାଙ୍ଗି ପିୟୁଷ ମାସ ।


Rate this content
Log in

Similar oriya poem from Romance