ଶୀତ ରାଣୀ କହ କାହାଣୀ
ଶୀତ ରାଣୀ କହ କାହାଣୀ
ଜୀବନ ମାଳାରେ କେତେ କାହାଣୀ
ଫୁଲ ହୋଇ ଗୁନ୍ଥା ମନ ସାରଣୀ
ଶୀତ ଯେବେ ଆସେ ହୋଇକି ରାଣୀ
ଭରିଦିଏ ଆକାଶରେ କୁହୁଡି ରୋଷଣୀ
ଘାସ ଫୁଲରେ ବିଛାଇ ସବୁଜ ମୁଣି
ଶୀତରେ ଶିଶୁ କନ୍ୟା କାନ୍ଦେ ବୋରୱେଲ ଜାଣି
ଉଦ୍ଧାର କରନ୍ତି ଜ୍ଞାନୀ ମାନି ଗୁଣୀ ଵିଜ୍ଞାନୀ
ଶୀତ ରାଣୀ ଖୋଲେ କାହାଣୀ ମୁଣି
ଶ୍ରମିକ ଭାଇର ଆତ୍ମକାହାଣୀ
ଫସିରହି ଯେବେ ଆସିଲେ ପଦାକୁ ପୁଣି
ଭାବ ବିନୋଦିଆ ଜଗନ୍ନାଥ ସେ ପୁଣି
ଡାକି କହନ୍ତି ମାଆ ଘଟଗାଁ ତାରିଣୀ
ରକ୍ଷା କରିବୁ ମାଆ ଜଗତ ଠାକୁରାଣୀ
ତେରଗୋଟି ଜିଲ୍ଲାର ଯେତେ ଦେବ ଦେଵୀ
ସାହା ହୋଇ ମଣିଷକୁ ଦେଖାଅ ପଥ ପୁଣି
ଏତିକି ପ୍ରାର୍ଥନା ଋତୁମତୀ ଶୀତ ରାଣୀ
ମାଆର ପଣତ ଶରଧାରେ ସେତ ବହୁ ଉଜାଣୀ
ପିତା ମାତା ପରା ଦରବ ଆଉ ମିଳିବେ କାହିଁ
ଜୀବନ କାହାଣୀ ଭିତରେ ପ୍ରଥମ କାହାଣୀ ସେହି
ଶୀତ ରାଣୀ କହେ ପିତାମାତା ଓ ସନ୍ତାନ
ଥାଆନ୍ତୁ ଯେମିତି ଥିଲେ ରହି
ଶୀତର ରାଣୀ କହେ ଅଙ୍ଗେ ଲିଭା କାହାଣୀ
ଖୋଲି କାହାଣୀ ମୁଣିରୁ ଏ ବର୍ଷ ଶେଷର ମିତଣୀ ।