STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଶୀତ ରାଣୀ କହ କାହାଣୀ

ଶୀତ ରାଣୀ କହ କାହାଣୀ

1 min
11


ଜୀବନ ମାଳାରେ କେତେ କାହାଣୀ

ଫୁଲ ହୋଇ ଗୁନ୍ଥା ମନ ସାରଣୀ

ଶୀତ ଯେବେ ଆସେ ହୋଇକି ରାଣୀ

ଭରିଦିଏ ଆକାଶରେ କୁହୁଡି ରୋଷଣୀ

ଘାସ ଫୁଲରେ ବିଛାଇ ସବୁଜ ମୁଣି

ଶୀତରେ ଶିଶୁ କନ୍ୟା କାନ୍ଦେ ବୋରୱେଲ ଜାଣି

ଉଦ୍ଧାର କରନ୍ତି ଜ୍ଞାନୀ ମାନି ଗୁଣୀ ଵିଜ୍ଞାନୀ

ଶୀତ ରାଣୀ ଖୋଲେ କାହାଣୀ ମୁଣି

ଶ୍ରମିକ ଭାଇର ଆତ୍ମକାହାଣୀ

ଫସିରହି ଯେବେ ଆସିଲେ ପଦାକୁ ପୁଣି

ଭାବ ବିନୋଦିଆ ଜଗନ୍ନାଥ ସେ ପୁଣି

ଡାକି କହନ୍ତି ମାଆ ଘଟଗାଁ ତାରିଣୀ

ରକ୍ଷା କରିବୁ ମାଆ ଜଗତ ଠାକୁରାଣୀ

ତେରଗୋଟି ଜିଲ୍ଲାର ଯେତେ ଦେବ ଦେଵୀ

ସାହା ହୋଇ ମଣିଷକୁ ଦେଖାଅ ପଥ ପୁଣି

ଏତିକି ପ୍ରାର୍ଥନା ଋତୁମତୀ ଶୀତ ରାଣୀ

ମାଆର ପଣତ ଶରଧାରେ ସେତ ବହୁ ଉଜାଣୀ

ପିତା ମାତା ପରା ଦରବ ଆଉ ମିଳିବେ କାହିଁ

ଜୀବନ କାହାଣୀ ଭିତରେ ପ୍ରଥମ କାହାଣୀ ସେହି

ଶୀତ ରାଣୀ କହେ ପିତାମାତା ଓ ସନ୍ତାନ

 ଥାଆନ୍ତୁ ଯେମିତି ଥିଲେ ରହି

ଶୀତର ରାଣୀ କହେ ଅଙ୍ଗେ ଲିଭା କାହାଣୀ

ଖୋଲି କାହାଣୀ ମୁଣିରୁ ଏ ବର୍ଷ ଶେଷର ମିତଣୀ ।


Rate this content
Log in

Similar oriya poem from Abstract