STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ରଙ୍ଗ

ରଙ୍ଗ

1 min
8


ରଙ୍ଗ ବଦଳେ ପୋହଳା ଏଣ୍ଡୁଅ ଯେମିତି

ସେମିତି ଇନ୍ଦ୍ରଧନୁ ମୁହଁ ମୋଡେ

ବରଷାର ମନମାନୀ ଦେଖି

ଚାତକୀ ବି ମାରେ ଆଖି

ଫଗୁଣର ରଙ୍ଗ ଦେଖି ଶିଖି

ଆମ୍ବ ପରି ଫଳ ଦେଖି ଦୋଳ ବେଳକାଳ

ରଙ୍ଗ ବଦଳାଏ ମାଛରଙ୍କା ପରି

ହୋଲି ଆଜିକାଲି ଫଗୁ ଆଣେ ଫଗୁଣରେ

ଅବୀର ହୁଏ ଚଗଲି

ସାଧବବୋହୁ ନହୁଲି

ରଙ୍ଗ ଦେଇଛି ଯିଏ ଛାଡୁନି ଆଜିଯାଏଁ

ଦୁଃଖ ହେଉ ଅବା ସୁଖ

ଆମ୍ବବଉଳ ରଙ୍ଗ କୁହୁଡି ଦେଇଛି ପୋଡି

ରଙ୍ଗ ଖେଳିବ ଯିଏ ମୁହଁରେ ରଙ୍ଗ ପକାଇ ସିଏ

ରାଧାଙ୍କ ଓଢଣୀ ପରି

କୃଷ୍ଣଙ୍କ ବଇଁଶୀ ସରି

କୋଉଠି ଅଛି କାହିଁ ଏତେ ରଙ୍ଗ

ଯାହା ଦେଇପାରେ ପ୍ରେମ ସୁଖ ସଙ୍ଗ

ହୋଲିରେ ଝୁଲାରେ କାହ୍ନା ସଙ୍ଗେ ରାଧା

ଫଗୁଣ ଫୁଲଝରି ହାତେ ପିଚକାରୀ କାହିଁ ବାଧା

ରଙ୍ଗ ଟିକେ ଦେ ପ୍ରୀତି ମୈତ୍ରୀ ସାଥେ 

ହୋଲିରେ ଏକତା ରଙ୍ଗ ସଭିଏଁ ହାତ ପାତି ନେ ।


Rate this content
Log in

Similar oriya poem from Abstract