STORYMIRROR

Smruti Ranjan Tripathy

Abstract

3  

Smruti Ranjan Tripathy

Abstract

ମୁଁ

ମୁଁ

1 min
22


ରାତିକୁ ମାଜିମୁଜି 

ସକାଳ କରୁକରୁ

ଧୋଇ ହେଇଗଲା

ସ୍ବପ୍ନ, ଉଛ୍ୱାସ ଆବେଗ

ପଳାତକ ଦେହର ଗନ୍ଧ।।

ହଜିଲା

ରାତିକ ପାଟରାଣୀଙ୍କ

ରୁପାପାଣି ଦିଆ ଝୁଣ୍ଟିଆ 

ଚିନିକଳରେ 

(ସେ) ଛାଡି ଆସିଥିବା

ଶୁଖିଲା ରକ୍ତ ଛିଟା।।

ହଁ ମୋତେ ମୋ ପାଖରେ ହିଁ 

ରହିବାର ଥିଲା।

***

ସକାଳ ଅପେକ୍ଷାରେ

ସେ ସେମାନେ 

ଆଉ ମୁଁ ବି।

ଶେଥା ପଡି ଯାଇଥିବା

କେଇଟା ଭୋକକୁ ଜାବୁଡି ଧରି

ଦିନଯାକର ମଜୁରିଆ ହାତ

ଲୁହ ଲହୁରେ ଦିଅଁ ଗଢୁଗଢୁ

ହରେଇଲା

ମିଛିମିଛିକା 

ମୁଁ ରୁ ମୁନୀବ ହେବାର କଳା।

ହଁ 

ମୋତେ ମୁଁ ହୋଇ 

ତ ରହିବାର ଥିଲା।।

***

ଏବେ ସେମାନେ 

ଶିଖି ଗଲେଣି

ନୀଡ଼ ଛାଡି

ବିନା ସର୍ତ୍ତରେ 

ଜିଇଁବାର କଳା,

ବୁଝିଗଲେଣି

ଓଟ ପିଠିରେ କୁଜ ହେଇ 

ଆକାଶ ମାପୁ ମାପୁ

ଓହ୍ଲେଇ ସାରିଥିବ ଦେହ ଦରଜ।

ମୁଁ କୁ ଅସ୍ତ୍ର କରି

ଛାତିରେ ଘୋଡେଇ ଦେଲେଣି

ଛିଣ୍ଡାପର 

ମଳିଆ ଚମ ଉପରେ 

କୁଢ଼କୁଢ଼

ଅସହାୟତା'ର ଚାଦର।

ହଁ ମୋତେ ମୋ(ମୁଁ)

ପାଖରେ ହିଁ

ରହିବାର ଥିଲା।।

***

ଆଉ ମୁଁ ନାହିଁ

ମୋ'ର ବୋଲି ବି ନାହିଁ

ଅଛି

ଚିନିକଳ ରେ

ଏବେବି 

ରକ୍ତଛିଟା ର ଗାର

ବିସ୍ଥାପିତ ହୃଦୟର

ଅମୃତ ସ୍ବାକ୍ଷର।।

ହଁ 

ମୋତେ ମୁଁ ହୋଇ

ରହିବାର ଥିଲା।।

ଛଡେଇ ଆଣିବାର ଥିଲା

ଜଳ ଜମି ଜଙ୍ଗଲ

ପାଟରାଣୀର ଝୁଣ୍ଟିଆ,

ଇତିହାସ ଅପେକ୍ଷାରେ

ଚିନି କଳରେ ଟଙ୍ଗା 

କଟା ପାପୁଲି,

ଆହୁରି ଶିଖିବାର ଥିଲା

ଛାଇ ହେଇଥିବା ଆୟୁଷକୁ

ପିଠି ରେ ଲଦି ଲଦି

ଭୋର୍ ରୁ ସଞ୍ଜ ବୁଡି

ପୁଣି ଭୋର୍ ହେବା ଯାଏଁ

ମୁଁ ମାନଙ୍କ ଭିଡ ଭିତରେ

ସାଲିସ କରିବାର

ଗୋପନ କଳା।।

***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract