STORYMIRROR

Smruti Ranjan Tripathy

Abstract Classics

3  

Smruti Ranjan Tripathy

Abstract Classics

ସେ

ସେ

1 min
24


ସେ ନିତି ପହଡ଼ ଭାଙ୍ଗେ 

ଅଗଣାରେ , ତୁଳୀରେ।

ମୁଁ ତିଆରିଦିଏ ତା'ପାଇଁ

ନଈ, ନାଳ, 

ପାହାଡ଼ି ଝରଣା

ଗଛ ଫାଙ୍କରୁ

ଉଙ୍କି ମାରେ ଜୀବନ

ଶୂନ୍ୟକୁ ଛୁଇଁବା ଭ୍ରମରେ 

ମେଘପକ୍ଷୀର ମୋହରେ

ଉଡାଣ କ୍ରିୟା ଧରେ

ଦିନାନ୍ତର ରଙ୍ଗ ଶୁଖିଲା ଯାଏଁ।

ମୁରୁକି ହସେ ଆକାଶ

ବଳକା ରଙ୍ଗରେ

ଲେସି ହେଇଯାଏ ଛାଏଁ ଛାଏଁ

କୋଉ ଗଛ କୋରଡରେ

ଲୁହ ପାଇଁ ବସାଟିଏ

ହଁ ସେ ଏବେ ନୀଡ଼ମୁହାଁ।


ସଞ୍ଜ ନୁଁଏ,

ଏବେ ଭୟକୁ 

ବେଖାତିର କରିବାର ସମୟ

ଭୋକମାନେ ବାଟ କଢ଼ାନ୍ତି

ଅପରଚିତ ଜାଗାକୁ,

ଆଲୁଅକୁ ଗିଳୁଥାଏ

ବାଡିପଟ ଅନ୍ଧାର

ମୋ ଚିତ୍ରଖାତା ବାହାରେ।।


ଗୋଟାଏ ଦୀର୍ଘଶ୍ଵାସର ସ୍ୱରରେ

ଫି ରାତି ବିଶ୍ୱାସର ତାରାମନେ ଗୀତ ଗାଆନ୍ତି

ଭୋର ଅପେକ୍ଷାରେ,

ସେ ମୁହଁ ଦେଖେ ବାରମ୍ବାର

କିଛି କ୍ଷଣ ପାଇଁ ସ୍ଥିର ହୋଇଥିବା 

ଜୀବନରେ, 

ଅପବାଦର ସ୍ତବ୍ଧ ପିଣ୍ଡରେ।


ମଲାଟରେ ଧୂଳି ଜମେ

ଅନୁଭବର ପରଶରେ

ପରଳ ବି ପଡେ ତା' ଆଖିରେ,

ଚିତ୍ରଖାତାରୁ ପୃଷ୍ଠା ସରିଆସେ

ଏବେ ତା'ର ସଜ୍ଞା ହେବାର ବେଳ..

ଗୋଟେ ଦୀର୍ଘସ୍ବରର ଆବେଗରେ

ଲମ୍ବି ଯାଇଥିବା ପୂର୍ଣଛେଦ ପୂର୍ବର ସର୍ବନାମ " ସେ "।

"ସେ" ହିଁ ଜୀବନ..


ତୁଳୀରୁ ଝରି ପଡିଥିବା

ବିନ୍ଦୁ ବିନ୍ଦୁ ପ୍ରେମରେ 

ମୁଁ କିନ୍ତୁ ନିତି ତୋଳେ

ନଈ ପାହାଡ଼ ଝରଣା ପୃଷ୍ଠାରୁ

ଖଣ୍ଡି ଖଣ୍ଡି ଦୁର୍ବାଦଳ

ଆଉ ତା' ଭାଗର 

ବାକିତକ ସକାଳ।

ହଁ ଏବେ ତ ଜୀଇଁବାର ବେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract