◆ ଭିନ୍ନ ଏକ ଯୁଦ୍ଧ ◆
◆ ଭିନ୍ନ ଏକ ଯୁଦ୍ଧ ◆


ମୁଁ ଦେଖିପାରେ
ଆସନ୍ତା କାଲିର ଇତିହାସ
ତୁମେ ମୁଁ ର ଯୁଦ୍ଧରେ
କ୍ରମଶଃ..ଲେଖା ହେଉଥିବା
ଗୋଟେ ଉପନ୍ୟାସ।।
----------
ଆଜି ନୁହଁ
ବେଳ ହୁଁ ସହୁଛି ତା' ଅଝଟପଣ
ଦେଖିଛ! କଲମରେ
କେମିତି ବିଦାରିଛି
ଶିଶୁରୁ କିଶୋର ରୂପାନ୍ତରଣ।।
-----------
ମୁଁ ଦେଖେ ସେ
ଝୁଣ୍ଟିଆ ପିନ୍ଧି ଝୁଂଟେ
ଗୋଟେ ଗୋଟେ ନିଆଁଖୁଣ୍ଟା
ରକ୍ତଛିଟାରେ ଚହଲିଯାଆନ୍ତି
ଚାରିପଟର ଦେବତା ଅସୁର
-------------
ସେ ନିଜେ ରଚେ
ତା'ପାଇଁ ରୂପ , ଅଳଙ୍କାର
ସୁର୍ୟୋଦୟରୁ ସୂର୍ଯ୍ୟାସ୍ତ
ପ୍ରତ୍ୟୟରୁ ପ୍ରତ୍ୟାଖ୍ୟାନ
ମୋହରୁ ମୋକ୍ଷ ପାଇଁ
ମଶାଣୀକୁ ବୁହା ହୁଏ ଜୀବନ।।
-----------------
ନିରସ ଆଖି ଲୁହ
>ନିର୍ମାଲ୍ୟ ହୁଏ
ଠାଏଁ ଠାଏଁ ଅପବାଦର ସ୍ତବ୍ଧପିଣ୍ଡ
ଆସୁରିକ ଉନ୍ମାଦରେ
ମିଛିମିଛିକା ଯୁଦ୍ଧର ସଂଳାପ
ଏ ଯାଏଁ ସନ୍ଦିହାନ ଈଶ୍ୱର।।
----------------------
ସେ ହାରେନି ହାରିନି
ଏବେ ପ୍ରସ୍ତୁତ
ନିହାଣିବାକୁ ତା'ମୁନରେ
ପୁଣି ଚରିତ୍ରଟେ ହେବାକୁ
ଏଥର ଦେବତା ନୁହେଁ ମାନବ
କଳ୍ପନାର ସଂଜ ବୁଡୁବୁଡୁ
ଫେରିଗଲେଣି ମାଲବାହୀ
ଯେ ଯା'ର ଘର।।
-----------------------------------------
ପରିବ୍ରାଜକଙ୍କ ମେଳ
ସଭିଏଁ ଖୋଜନ୍ତି ଈଶ୍ୱର
ଇତିହାସ ର ମୂକସାକ୍ଷୀ
ଧି'କାର କରେ ଚକ୍ରବ୍ୟୁହ ଅହଂକାର
ଅଭିମନ୍ୟୁର ସ୍ୱାକ୍ଷରରେ
ବଖାଣେ ମାନବ ଧର୍ମ
ଆଉ ଯନ୍ତ୍ରଣାର ଜଉଘର।।
-------------------------------------------------