STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ଷ୍ଟେସନ ପାଖ ବସ୍ତି

ଷ୍ଟେସନ ପାଖ ବସ୍ତି

2 mins
219


ଆମେ ତ ଫିରାତି 

ଶୀତକୁ କାଖେଇ

ତୁମକୁ ଉଷୁମ ବାଣ୍ଟୁ

କଣ ନବ କୁହ

ଆଜି ଆଉ କଣ ଅଧିକା ଦେଇପାରିବ?

କଣ ଆଣିଛ ଏ ପାଳିରେ କୁହ ତ

ନା ସବୁଦିନ ପରି ସେଇ 

ଥୋଡାଏ ବାବୁପଣ।

ଘୁଉଁ ଘୁଉଁ

ତମ ଡର ଛାଡିନି କି?

ହାହାହା 

ସେ ଶବ୍ଦ କୁ ଏତେ ସଂଶୟ କିଆଁ ହୋ ।


ଆମ ଅସଜଡ଼ା ମଲାଟ

କୋଉଠି

ଷ୍ଟେସନ ପାଖ ବସ୍ତିରେ 

ଏପଟ ସେପଟ ହୁଏ

ତୁମ ଦାମୀ ଏକ୍ଳାପଣରେ,

ଓଃ।

ମୁଠାଏ ଖୁଚୁରାକୁ ଗୋଟାଉ ଗୋଟାଉ

ଆମେ ଦେଖିପାରୁ ବିକଟାଳ ଚେହେରା

ସେଇ ମହାଜନୀ ଦର୍ପଣରେ,

ଭାରି ବଡ଼ ଦିଶେ କୁଆଡେ

ତୁମ ଆମ ପାଣିଚିଆ ଫର୍ଦ୍ଦ ସବୁ।।

ହେ ଏଇଠି ରଖ ମ।


ହଁ ଗୋଟାଏ ଶବ୍ଦ ଘୃଣା କରେ,

ତମେ ବି ଶୁଣିଥିବ

ଘୁଉଁ ଘୁଉଁ ଘୁଉଁ।।

ସେଇ ଇଞ୍ଜିନର ବା

ଆଉ କଣ ଭାବିଲକି??

ଡ଼ରନି 

ପଚାରୁଛି କେତେ ଦେବ ଆଜି।

ମାତ୍ର ଏତିକି

ହାହାହା।

ଘୁଉଁ ଘୂଂଉଉଁ।

ହାହାହା ।

ଡରନି ଡରନି।


ଫେରନ୍ତା ବାଟକୁ 

ତମର ତ ମୁହଁ ନଥାଏ

ଖାଲି ବୋଳି ଦେଇଯାଅ 

ଦର ଆଉଜା ଛାତିରେ 

ଗୋଟେ ଦୀର୍ଘଶ୍ବାସ

ଆଉ ଅଫେରା ରାସ୍ତା ।

ଧେତତ୍

କାଳ କୁ ବି ଏତେ ଡର।

ରୁହ ମୁଁ ଡାକୁଛି କାଳକୁ,

ଏ ଏ କାଳ

ଯା ନେଇଯା ତା' କାଳରାତ୍ରୀ

ଆଉ ଡରାନା ତା'କୁ

ପ୍ରତି ବଦଳରେ ନେଇଯା

ସବୁତକ ପାହାନ୍ତା ମୋ ବାରଣ୍ଡାରୁ,

ତା'କୁ ଛାଡିଦେ

ମୋତେ କିଏ ଅଦେହୀ ଛୁଇଁଛିରେ

ଯା ପଳା ଏଠୁ

ହାହାହା।


ଖାଲି ବାବୁ ନାଁ କୁ ମାତ୍ର

କିନ୍ତୁ ଡର ଘୁ ଉଁଘୁ ଉଁ ଘୁଉଁ କୁ

ହାହାହା।

କଣ ଆଉ ଦେଵ ବାବୁ

ଏ ପଲିଥିନ ବିକା ମଣିଷ ଏବେ ବି

ତୁମେ ଶୋଇଲା ପରେ 

ସହର ଯାକର ସ୍ବପ୍ନକୁ ଜଗେ, ବିକେ ବି

ରେଳ ଖଟିଆ ଫାଙ୍କରେ,

ହଉ

ନିଆଁ ପୁଳାଏ ଦବ କି ବାବୁ

ଦାବି କରିବିନି ମ

ସବୁଦିନିଆ ଡରକୁ ତରଳେଇବା ପାଇଁ,

ପାରୁଛ ଯଦି ଗିଳ 

ଏ ହାଡଭଙ୍ଗା ପିଠିକୁ, ଛାତିକୁ

ନିଅ!

ଏ ହଳକ ରୁପାପାଣି ଦିଆ ପ୍ରେମ

ଆଉ କାହାକୁ ଠକିବନିଟି

ଆମେ ବି ଆଞ୍ଜୁଳାରେ 

ପଣିକିଆ ଘୋସୁ ଯେ

କାହାକୁ କହିବନି।।


ଗୋଟେ ଗୋଟେ ଟ୍ରେନ ଫେରନ୍ତା ଶୋଷ 

ଆମକୁ ବତେଇଦିଏ 

ପୁରୁଣା ବହିରୁ କେମିତି ଲେଉଟା ଯାଏ

କାଉ ମାଠିଆ ଗପ, ଦୃଷ୍ଟିଦୋଷ, 

ଆହୁରି ଅନେକ ବିଜ୍ଞାନ।।

ଯାଓ।

ନହେଲେ ଡାକିବି ଏଇନା।

ଘୁଉଁ ଘୁଉଁ

ହାହାହା। 

ଆଜି ହସେଇଲ ବାବୁ

ଏତେ ଡର। ଚମକୁଚ କିଆଁ

ଇଏ ସେ ଶବ୍ଦ ନୁହଁ।


ଆମେ ବି ଲେଖୁ ମ

ତମ ନାଲି ଛାପା କାଳିରେ

ସୁନେଲି ରାତି, ତୋଫା ଜହ୍ନ

ଆମର ପରା ଦେହଘଷା ଇଏ।

ଏତେ ଡ଼ର 

କଣ ମୁଁ 

ଲେଖା ଲେଖି କରେବୋଲି ଜାଣିଲା ପରେ,

ରୁହ ଆଜି କିଳି ଦେଉଛି ତୁମକୁ

ତମ ଡର ଛାଡିଯିବ

କ୍ଲିଙ୍ଗ କ୍ଲିଙ୍ଗ କ୍ଲିଙ୍ଗ। ଧୁର ଫଟାଷ।

ଏ କଳା ଭ୍ରମର!

ଡାକ ଥରେ 

ଆମ ଅପରିଣୀତାର ଶବ୍ଦ ସବୁକୁ

ନହେଲେ କହ ଘୁଉଁଘୁଉଁ।।

ଏବେ ଆଉ ଡ଼ରିବନି ସେ।


ଆସ ଆସ ଏଇଆଡେ ତୁମ କାବ୍ୟାଲୋକ

ଖାଲି ସେପଟ ବସ୍ତିଟା ଡେଇଂଜିବ।

ଯାଓ

ଏଇ ପାଖରେ ତମ ବସା,

ଏ ରାତି ପାଇଁ ଆଜି ଶବ୍ଦ ଖଞ୍ଜି

ପୁଳାଏ କବିତା ଲେଖିଦିଅ।

ତମେ ଗଲା ଯାଏଁ 

ଏମିତି ମୁଁ ତ ଭାବରେ ବନ୍ଧା।


ହଁ 

ଡେଉଁରିଆ ପିନ୍ଧିକି ଆସିବ ଆରଥରଠୁ

ଆଉ ଚମକିବନି ଟି

ନହେଲେ ମନେ ଅଛି 

ଘୁଉଁ ଘୂଂଉଁ , ହାହାହା ହାହାହା।

ଭୁଲି ଯିବନି

ଏଇଟା ଷ୍ଟେସନ ସେପାଖ ବସ୍ତି ହେ

ଆସିବ ପୁଣି 

କଇଁ କଇଁ ଖେଳିବା।

ତମ ରାତି ତ ପାହିନି

କୁଆଡେ

ମୋ ଅଗଣାରେ ଆଉ ଗୋଟେ 

ରାତି ବସ୍ତି ମୁହାଁଇଲାଣି।।



Rate this content
Log in