STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ତୋ ପାଇଁ ଜହ୍ନଟିଏ

ତୋ ପାଇଁ ଜହ୍ନଟିଏ

1 min
274

ତୋ ପାଇଁ ଜହ୍ନଟିଏ....

ତୋଳି ଆଣି ରଖିଛି 

ତକିଆଏ ବିଛଣା ବହୁଳ ସରାଗକୁ 

ତୋ' ଅଝଟପଣର ସାକ୍ଷୀ ହେବାପାଇଁ 

ମୋ ଏନ୍ତୁଡ଼ିର ଉଷୁମ ଅନ୍ଧାର ଓ ନିର୍ଜନତାର କୋହସବୁ  

ବରାଦ କରି ଆଣିଛନ୍ତି ପାପୁଲିଏ ଜହ୍ନକୁ 

ଖାସ ତୋ ପାଇଁ..


ଏବେ ମୋ ପାଳି 

ଆ ଟିକେ ମୋତେ ଆବୁରିନେ ତୋ କୋଳରେ 

ସମ୍ପର୍କର ଶେଷ ଯାତ୍ରାରେ ହୁଏତ 

ତୋ ପରଶରେ କୃତାର୍ଥ ହୁଅନ୍ତା 

ଅୟୁତ ଜନ୍ମର ମାତୃତ୍ଵ 

ପାରିବୁ ଯଦି ଦେଇଦେ

ତୋ'ପାଇଁ ଆଣିଥିବା ଜହ୍ନରୁ ଫାଳେ 

ଚିର ନିଦ୍ରା ରେ ନିଦ୍ରିତ ହେଲା ପରେ 

ମୁକ୍ତିର ପଥ ପାଇଲା ପରେ, 

ପୀଡିତାର ପରିଚୟରୁ ମୁକ୍ତ ହେଲାପରେ 

ଫେରେଇଦିଅନ୍ତି ସମ୍ପୂର୍ଣ୍ଣ ପୃଥିବୀ 

ଆଉ ଗୋଟାପଣ ତୋଫା ଜହ୍ନଟିଏ 

ଖାସ ତୋ ପାଇଁ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍