SUKANTA KHANDA

Abstract

4  

SUKANTA KHANDA

Abstract

ମୁଁ

ମୁଁ

1 min
11



ପ୍ରଥମ ପାହାଚେ ଚାକର ପାଇଁକି

ସମ୍ମାନ ପାଇଲି ନାହିଁ

ମୁର୍ଖଜନ ଯୋଗୁଁ ବିବେକ ହରାଇ

ଅପକର୍ମ କଲି ଚାହିଁ।୧

ସମ୍ମାନ ନ ପାଇ ଏ ହୃଦୟ ଦିନେ

କ୍ରୋଧ ବଢ଼ିଗଲା ମୋର

ଚୋର କାମ ହାତେ ଧରିଲି ସେ କ୍ଷଣି

କାହାକୁ ନ ଥିଲା ଡର।୨

ଚୋର କରିବାରୁ ହାତେଇଲି ଧନ

କାମାତୁର ହୋଇଗଲି

ସଂସାର ହାତରେ ସଭିଏଁ ଦିଶିଲେ

ଝଲମଲ ଆଜିକାଲି।୩

କାମାତୁର ଯୋଗୁଁ ବେଶ୍ୟାର ଆଖ୍ୟାକୁ

ସମାଜ ଲଦିଲା ମୋତେ

ସମ୍ଭାଳି ନ ପାରି ଖଳଜନ ହେଲି

କ୍ରୋଧେ ହତ୍ୟା କଲି କେତେ।୪

ଲୋଭ ଆଣିଦେଲା ଜୀବନେ ମୋହର

ବଡ଼ ନିଶା ହେବା ପାଇଁ

କାହାକୁ ନ ଛାଡ଼ି ଅଧର୍ମରେ ମାତି

ସନ୍ତୋଷ ପାଇଲି କାହିଁ?୫

ବୁଝିଲି ନିଜକୁ ଅନୁତାପ କରି

ଚାକର ସମ୍ମାନ ନାହିଁ

କ୍ରୋଧିତ ଜନର ସୁଖ ହାତେଇବା

ଭାଗ୍ୟରେ ହିଁ ଲେଖା କାହିଁ?୬

ଖଳ କରିବାରୁ ମିତ୍ରତା କେହି ଏ

ସଂସାରେ ମୋହର ନାହିଁ

ନୀଚତା ମନରେ ସତ୍ୟଠୁ ଦୂରେଇ

ମିଥ୍ୟାକୁ ରହିଲି ଚାହିଁ?୭

କାମାତୁର ଯେଉଁ ଦିନଠାରୁ ହେଲି

ଲଜ୍ୟା ରହିଲାନି ପାଖେ

ମାଂସହାରି ଯୋଗୁଁ ଦୟା ହଜିଗଲା

ରହି ପାରିଲିନି ସୁଖେ।୮

ବେଶ୍ୟାର ଥାଏ କି ସ୍ନେହ ଆଉ ପ୍ରେମ

ଠିକ୍ ସେହିପରି ମୋର

ହୃଦୟ ନ ଥିଲା ଚୋର ହେବା କାଳୁ

ବିବେକ ହିଁ ମୁଁ ମୂର୍ଖର।୯

ପାପ କରିଥିଲି ତ୍ରାହି ମିଳିଲାନି

ନର୍କର ଦ୍ଵାରରେ ଆଜି

ଯନ୍ତ୍ରଣା ଓ କଷ୍ଟ ସେ ପୁରେ ପାଉଛି

ଲୁହରେ ଯାଉଛି ଭିଜି।୧୦

      


Rate this content
Log in

Similar oriya poem from Abstract