ଜୀବନ ଦର୍ଶନ ହେଉ
ଜୀବନ ଦର୍ଶନ ହେଉ


ଏହି ଜୀବନକୁ ବଢ଼ାଇବା ପାଇଁ ଦାନ କରିବି
ସଂସାରେ ଭିତରେ ଏହା ପୁଣ୍ୟ ବୋଲି ନେଇଛି ଭାବି।୧
ମନେ ମୁଁ ଭାବୁଛି ମାନବିକତା ହିଁ ଶ୍ରେଷ୍ଠରେ ଧର୍ମ
ହୃଦ ମନ୍ଦିରରେ ସାଇତି ରଖିଛି କରିବି କର୍ମ।୨
କର୍ମ ହିଁ ତ ଭାଇ ଭଗବାନ ଆଉ ଜୀବନ ସାଥୀ
କର୍ମ ବିନା ଆହା ଅସାର ଜୀବନ ନ ଜାଣେ ପୋଥି।୩
ବଡ଼ ଈଶ୍ଵର ମୋ ପିତା ଆଉ ମାତା ତା ଠାରୁ କିଏ
ବଡ଼ ହୋଇପାରେ ସଂସାର ହାଟରେ ବଞ୍ଚିଛି ଯିଏ?୪
ବଡ଼ ମନ୍ଦିର ମୋ ପରିବାର ଆଜି ହସୁଛି ଦେଖ
ସମୁଦ୍ର ସଦୃଶ ହସର ଜୁଆର ନାହିଁଟି ଦୁଃଖ।୫
ସମ୍ପତ୍ତି ମୋହର ସମ୍ପର୍କଠୁ ବଳି କିଏ ସେ ବଡ଼
ସମ୍ପର୍କ ଥିଲେ ତ ସଂସାରରେ ଆଜି ଗଢ଼ି
ବ ଗଡ଼।୬
ଚରିତ୍ର ହିଁ ଥିଲେ ଦରକାର ନାହିଁ ମୋଟେ ଚେହେରା
ଚେହେରାରୁ କଣ ଦୂର ହୋଇଯିବ ମଇଳା ଭାରା ୭
ସଂସ୍କାର ଥିଲେ ତ ଦରକାର ନାହିଁ ବିଦ୍ୟା ଧନଟି
ନ ଥାଏ କଳଙ୍କ ସଂସ୍କାର ଧନରେ ପୂରିଛି ଘୋଟି।୮
ବ୍ୟବହାର ହିଁ ତ ସମ୍ମାନଠୁ ବଳି ମୁହିଁ ଭାବୁଛି
ସମ୍ମାନ ମାଗିଲେ କାହାକୁରେ ଭାଇ କିଏ ଦେଉଛି?୯
ଶିଶୁ ହିଁ ନିରୀହ ଏହି ଜଗତରେ ନୁହେଁ କପଟ
ଖୋଜିଲେ ଚୌଦିଗେ ଭାଇ ଭଉଣୀ ହେ ପାଇବ ବାଟ?୧୦
ଉପର ଲିଖିତ ମୁଣ୍ଡରେ ବାନ୍ଧିଛି ଶପଥ କରି
ଆଶିର୍ବାଦ ଦିଅ ସୁପଥେ ଚାଲିବି କର୍ମକୁ ଧରି ।।୧୧