STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଜୀବନ କୁହେ

ଜୀବନ କୁହେ

1 min
159

ଜୀବନ କୁହେ

ପ୍ରେମ ଏକମାତ୍ର ଆଧାର ତାର

ବ୍ୟକ୍ତିରୁ ସମାଜ, ଶବ୍ଦରୁ ସାହିତ୍ୟ, ସଙ୍ଗୀତରେ ସ୍ୱର

ପ୍ରେମ ବିନା ଧରା ପ୍ରାଣହୀନ ଏକ ପିଣ୍ଡ ଅସାର। 


ଜୀବନ କୁହେ 

ପାହିବାକୁ ରାତି ଅଳପ ବାକି

ପାହୁ କି ନ ପାହୁ ସକାଳ ସପନେ ନ ହଜେଇ ବେଳ

ଜହ୍ନ ଆଲୁଅରେ ଏବେଠାରୁ ଧୀରେ ହୁଅ ତୁ ସେକି। 


ଜୀବନ କୁହେ

ତୋଫାନ ଆସିବ ଦିଗନ୍ତ ଚିରି

ଭାଙ୍ଗିଦେବ ସବୁ ସାଇତା ସାଧନ ଆତ୍ମବିଶ୍ବାସ ଛାଡ଼ି

ଥୁଣ୍ଟା ଡାଳରେ କୁଆଁ ପତ୍ରଟିଏ ହସିବ ଥିରି। 


ଜୀବନ କୁହେ

ବିଛଣାକୁ ଛାଡ଼ି ହୁଅ ଚଞ୍ଚଳ

ପଲକ ପଡ଼ିଲେ ଛାଡ଼ି ଦେଇଯିବୁ ଲକ୍ଷ୍ୟ ତୋ ସିନା

ଚେତନା ନ ହାରି ସଚେତନ ଚିତ୍ତେ ଜାଗ ସଅଳ। 


ଜୀବନ କୁହେ

ବେଳ ଥାଉଁ ଥାଉଁ ହୁଅ ତୁ ସଜ

କେଉଁଠି ଅନ୍ଧାରେ ହଜିଯିବ ପଥ ଜାଣେନା କେହି

ଏବେଠୁ ନିଜକୁ ଚିହ୍ନି ଠିକଣା ତୋ ତୁରନ୍ତ ଖୋଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract