STORYMIRROR

Chinmaya Kumar Sahoo

Abstract Others

4  

Chinmaya Kumar Sahoo

Abstract Others

ଉପହାର

ଉପହାର

1 min
250

ଉପହାର ମୂଲ୍ୟ ସେ କାହୁଁ ବୁଝିବ ଯିଏ କେବେ ଦେଇନାହିଁ

ସେତୁ ସମ ସିଏ ଦୁଇ ଆତ୍ମା ମଧ୍ୟେ ଯାହାର ତୁଳନା ନାହିଁ


ସମ୍ପର୍କ ଖିଅ ଟି ଭାରି କୋମଳ ଟି ଖୋଜେ ନୂଆ ନୂଆ ଗଣ୍ଠି

ଖୋଜେ ପୁଣି ସାହା ଶକ୍ତ କାନ୍ଧଟେର କେବେ ପଡିଗଲେ ଝୁଣ୍ଟି


ସାନ ନୁହେଁ ଅବା ବଡ ନୁହେଁ କେବେ ଉପହାର ଅଟେ ଅତୁଲ୍ୟ

ସ୍ନେହ ପ୍ରେମ ର ପ୍ରତୀକ ସେ କେହି ଦେଇ ନ ପାରେ ତା ମୂଲ୍ୟ


ଗଢିପାରେ ସିଏ ଭଙ୍ଗା ଘର ପୁଣି ଯୋଡିପାରେ ସେ ହୃଦୟ

ଖୋଜି ଆଣିପାରେ ସମୟ ବୁକୁ ରୁ ହଜିଥିବା ପରିଚୟ


ଭରିପାରେ ସିଏ ଆତ୍ମା ଦୁଇ ମଧ୍ୟେ ଅଫୁରନ୍ତ ଆନନ୍ଦ

ସତ କରିପାରେ ଅସୁମାରୀ ସ୍ବପ୍ନ ତୋଳି ଆଣିପାରେ ଚାନ୍ଦ


ସାଙ୍ଗ ଟିଏ କେବେ ଋଷିଥିଲେ ଅବା କରିଥିଲେ ଅଭିମାନ

ଏଇ ଉପହାର ମହ୍ଵସଧି ପରି ଉଲ୍ଲସିତ କରେ ମନ


ଭାଇ ଭଉଣୀ ଙ୍କ ନିତି ଝଗଡା ହୁଏ କେତେ ମନାନ୍ତର

ଏଇ ଉପହାର ମଧ୍ୟସ୍ଥତା କରି ପର କୁ କରେ ନିଜର


ଉପହାର ଟିକୁ କେବେ ନଭାବିବ କାହା ଯୋଗ୍ୟତା ର ପରିଚୟ

ଅଟେ ସେ ସ୍ୱତନ୍ତ୍ର, ଅମୁଲ୍ୟ ଅତୁଲ୍ୟ ଜିଣି ପାରେ ସେ ହୃଦୟ


ଉପହାର ସଂଜ୍ଞା ଜଟିଳ ଯେ ଭାରି, ବୁଝିବା ସହଜ ନୁହଁ

କେବେ ଭରେ ସ୍ବପ୍ନ ଆଖିରେ ଆଖିଏ କେବେ ଭରେ ପୁଣି ଲୁହ


ନିନ୍ଦା ନକରିବ କାହା ଉପହାର ଯତନେ ରଖିବ ସାଇତି

ଭଲ ପାଇବାର ସଂକେତ ସେହି ଯେ ପ୍ରେମ ରଙ୍ଗ ଭରା ପ୍ରୀତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract