ଉପହାର
ଉପହାର
ଉପହାର ମୂଲ୍ୟ ସେ କାହୁଁ ବୁଝିବ ଯିଏ କେବେ ଦେଇନାହିଁ
ସେତୁ ସମ ସିଏ ଦୁଇ ଆତ୍ମା ମଧ୍ୟେ ଯାହାର ତୁଳନା ନାହିଁ
ସମ୍ପର୍କ ଖିଅ ଟି ଭାରି କୋମଳ ଟି ଖୋଜେ ନୂଆ ନୂଆ ଗଣ୍ଠି
ଖୋଜେ ପୁଣି ସାହା ଶକ୍ତ କାନ୍ଧଟେର କେବେ ପଡିଗଲେ ଝୁଣ୍ଟି
ସାନ ନୁହେଁ ଅବା ବଡ ନୁହେଁ କେବେ ଉପହାର ଅଟେ ଅତୁଲ୍ୟ
ସ୍ନେହ ପ୍ରେମ ର ପ୍ରତୀକ ସେ କେହି ଦେଇ ନ ପାରେ ତା ମୂଲ୍ୟ
ଗଢିପାରେ ସିଏ ଭଙ୍ଗା ଘର ପୁଣି ଯୋଡିପାରେ ସେ ହୃଦୟ
ଖୋଜି ଆଣିପାରେ ସମୟ ବୁକୁ ରୁ ହଜିଥିବା ପରିଚୟ
ଭରିପାରେ ସିଏ ଆତ୍ମା ଦୁଇ ମଧ୍ୟେ ଅଫୁରନ୍ତ ଆନନ୍ଦ
ସତ କରିପାରେ ଅସୁମାରୀ ସ୍ବପ୍ନ ତୋଳି ଆଣିପାରେ ଚାନ୍ଦ
ସାଙ୍ଗ ଟିଏ କେବେ ଋଷିଥିଲେ ଅବା କରିଥିଲେ ଅଭିମାନ
ଏଇ ଉପହାର ମହ୍ଵସଧି ପରି ଉଲ୍ଲସିତ କରେ ମନ
ଭାଇ ଭଉଣୀ ଙ୍କ ନିତି ଝଗଡା ହୁଏ କେତେ ମନାନ୍ତର
ଏଇ ଉପହାର ମଧ୍ୟସ୍ଥତା କରି ପର କୁ କରେ ନିଜର
ଉପହାର ଟିକୁ କେବେ ନଭାବିବ କାହା ଯୋଗ୍ୟତା ର ପରିଚୟ
ଅଟେ ସେ ସ୍ୱତନ୍ତ୍ର, ଅମୁଲ୍ୟ ଅତୁଲ୍ୟ ଜିଣି ପାରେ ସେ ହୃଦୟ
ଉପହାର ସଂଜ୍ଞା ଜଟିଳ ଯେ ଭାରି, ବୁଝିବା ସହଜ ନୁହଁ
କେବେ ଭରେ ସ୍ବପ୍ନ ଆଖିରେ ଆଖିଏ କେବେ ଭରେ ପୁଣି ଲୁହ
ନିନ୍ଦା ନକରିବ କାହା ଉପହାର ଯତନେ ରଖିବ ସାଇତି
ଭଲ ପାଇବାର ସଂକେତ ସେହି ଯେ ପ୍ରେମ ରଙ୍ଗ ଭରା ପ୍ରୀତି