ସମୟର ଗୁଢତତ୍ତ୍ୱ
ସମୟର ଗୁଢତତ୍ତ୍ୱ
ଏକା ଏକା ଜୀବନରେ
ନିଛାଟିଆ ଦୋଛକିରେ
ମୁଁ କାହାର ଅପେକ୍ଷାରତ
ବୋଧେ ସମୟର ।
ସମୟ କାହାକୁ ଅପେକ୍ଷା କରେନା
ଜାଣି ସୁଦ୍ଧା ବାଟ ବଣା
ବେଳ ତ ସବୁବେଳେ ରତରତ
କାହିଁକି କେଜାଣି କଟକଣା ।
ଏକା ଏକା ଦାର୍ଶନିକ ହେବାରେ
ପଥ ଓ ପାଥେୟ ପର୍ଯ୍ୟାପ୍ତରେ
କାହିଁକି ଏତେ ଅସନ୍ତୋଷ
ସମୟର ନାହିଁ ପଥପ୍ରାନ୍ତ ।
ସମୟର ବି ନାହିଁ ଆଦିଅନ୍ତ
ଯଦିଓ ସକାଳ ଓ ସନ୍ଧ୍ୟା ଆଗତ
ମଧ୍ୟାର୍ଣ୍ଣ ପାଇଁ ନାହିଁ ଜାତିଗୋତ୍ର
ସେଇଥି ପାଇଁ ଲାଗେ ବୋଧେ ଅସମାପ୍ତ ।
ଦାର୍ଶନିକ ମନସ୍ତତ୍ତ୍ୱ
ସମୟନିକଟରେ ତୁଚ୍ଛ ଇତସ୍ତତ
ପରଜୀବି ଓ ଅନୁଜୀବରେ
ସ୍ୱତନ୍ତ୍ର ସ୍ୱାତେନ୍ତ୍ରୟତା ଆଜି ପରାହତ
ଅସମାହିତ ଓ ଭୀତସ୍ତତ୍ର l
