ପ୍ରକୃତି ଗୀତ
ପ୍ରକୃତି ଗୀତ
ପାହାନ୍ତି ଉଷାର ପହିଲି କିରଣ
ପ୍ରକୃତି କୁ ଯାଏ ଛୁଇଁ
ନୀଳ ନୟନା ସେ ନୀଳ କଇଁ ହସେ
ନୀଳ ଅମ୍ବର କୁ ଚାହିଁ I
ଫଗୁଣ ଅବିର ମହାକାଇ ପୁଣି
ଆସଇ ଝୁଲଣ ଯାତ
ରଙ୍ଗ ଅବିର ରେ ଭିଜାଇ ସଭିଙ୍କୁ
ଫଗୁଣ ଆସିଛି ଦେଖ I
ସୁନ୍ଦର ବକୁଳ ଆମ୍ର ଡାଳେ ପୁଣି
ଛୁଟଇ ତାହାର ବାସ
ମନକୁ ମୋହିଛି କୋକିଳ ଗୁଞ୍ଜନ
ଫଗୁଣ ଆସିଛି ଦେଖ ।
ପଳାସ ଫୁଲର ଗୈରିକ ତନୁଟି
ଦିଶେ କେଡେ ଶୋଭାବନ
ପଥିକ ମନକୁ ନିତ୍ୟ ସେ ମୋହୁଛି
ଦୋହଲୁଛି ସେ ପବନେ I
ସୁନ୍ଦର କୋମଳ ଲଳିତ ଶରୀର
ନ ଥାଇ ସୁରଭି ତାର
ସାଜିଦେଇଛି ସେ ଧରଣୀ ଗଭାକୁ
ଦିଶଇ କେଡ଼େ ସୁନ୍ଦର I
କୋଇଲି ର କୁହୁ ତାନ ରେ ଗାଉଛି
କେଡ଼େ ସୁମଧୁର ଗୀତ
ମଧୁର ପ୍ରଭାତେ କୁମ୍ଭl ଟୁ ଆ ରଡି
ସତେ ଅବା ସ୍ତବ ପାଠ l
ନୂଆଁ ବୋହୂ ଫେରେ ନଈ ତୁଠୁ ପୁଣି
ପିନ୍ଧି ଓଦା ଲୁଗା ଦେହେ
କୁକୁମ, ଅଳତା ବୋଳା ପାଦ ରେ ତା
ଘୁଂଗୁର ରେ ଶୋଭା ପାଏ ll