STORYMIRROR

jyotsna mayee panda

Abstract Inspirational

4  

jyotsna mayee panda

Abstract Inspirational

ପ୍ରକୃତି ଗୀତ

ପ୍ରକୃତି ଗୀତ

1 min
283

ପାହାନ୍ତି ଉଷାର ପହିଲି କିରଣ

ପ୍ରକୃତି କୁ ଯାଏ ଛୁଇଁ

ନୀଳ ନୟନା ସେ ନୀଳ କଇଁ ହସେ

ନୀଳ ଅମ୍ବର କୁ ଚାହିଁ I

ଫଗୁଣ ଅବିର ମହାକାଇ ପୁଣି

ଆସଇ ଝୁଲଣ ଯାତ

ରଙ୍ଗ ଅବିର ରେ ଭିଜାଇ ସଭିଙ୍କୁ

ଫଗୁଣ ଆସିଛି ଦେଖ I

ସୁନ୍ଦର ବକୁଳ ଆମ୍ର ଡାଳେ ପୁଣି

ଛୁଟଇ ତାହାର ବାସ

ମନକୁ ମୋହିଛି କୋକିଳ ଗୁଞ୍ଜନ

ଫଗୁଣ ଆସିଛି ଦେଖ ।

ପଳାସ ଫୁଲର ଗୈରିକ ତନୁଟି

ଦିଶେ କେଡେ ଶୋଭାବନ

ପଥିକ ମନକୁ ନିତ୍ୟ ସେ ମୋହୁଛି

ଦୋହଲୁଛି ସେ ପବନେ I

ସୁନ୍ଦର କୋମଳ ଲଳିତ ଶରୀର

ନ ଥାଇ ସୁରଭି ତାର

ସାଜିଦେଇଛି ସେ ଧରଣୀ ଗଭାକୁ

ଦିଶଇ କେଡ଼େ ସୁନ୍ଦର I

କୋଇଲି ର କୁହୁ ତାନ ରେ ଗାଉଛି

କେଡ଼େ ସୁମଧୁର ଗୀତ

ମଧୁର ପ୍ରଭାତେ କୁମ୍ଭl ଟୁ ଆ ରଡି

ସତେ ଅବା ସ୍ତବ ପାଠ l

ନୂଆଁ ବୋହୂ ଫେରେ ନଈ ତୁଠୁ ପୁଣି

ପିନ୍ଧି ଓଦା ଲୁଗା ଦେହେ

କୁକୁମ, ଅଳତା ବୋଳା ପାଦ ରେ ତା

ଘୁଂଗୁର ରେ ଶୋଭା ପାଏ ll



Rate this content
Log in

Similar oriya poem from Abstract