STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଜୀବନ ଓ ମୃତ୍ୟୁ

ଜୀବନ ଓ ମୃତ୍ୟୁ

1 min
186


ଜୀବନ ଯେଉଁଠି ମୃତ୍ୟୁ ବି ସେଇଠି 

ନିୟତିର ଅପେକ୍ଷାରେ 

ହାଲୁକା ଯେଉଁଠି ଜୀବନର ବୋଝ 

ସକାଳର ସମୀକ୍ଷାରେ 

ନିଶବ୍ଦ ନିଶାର୍ଦ୍ଧ ଦଇବର ପରୀକ୍ଷା 

ନିବୃତିର ଅପେକ୍ଷାରେ 


ଜୀବନ ଯେଉଁଠି ମୃତ୍ୟୁ ବି ସେଇଠି 

ବର୍ଣ୍ଣହୀନ ବର୍ଣ୍ଣବୋଧ 

କୋକିଳର କଣ୍ଠେ ସାଜେ ସ୍ୱାଗତିକା 

ଦୂରୀଭୂତ ଅବସାଦ 

ଆହୁତି ଯେଉଁଠି ଯନ୍ତ୍ରଣାର କଣ୍ଠରୋଧ 

ଅଲୋଡ଼ା ଯଜ୍ଞ ଅଶ୍ଵମେଧ 


ଜୀବନ ଯେଉଁଠି ମୃତ୍ୟୁ ବି ସେଇଠି 

ଅସ୍ତିତ୍ୱର ଉପହାସ 

ଇତିହୀନ ଇତିହାସେ ନୂଆ ଅର୍ଥନୀତି 

ରାମରାଜ୍ୟ ଅବଶୋଷ 

ନର୍କ ନିର୍ମାଲ୍ୟର ଠିକଣା ମେଣ୍ଟାଏ 

ମୋକ୍ଷର ପ୍ରତ୍ୟାଶା ଶୋଷ 


ଜୀବନ ଯେଉଁଠି ମୃତ୍ୟୁ ତ ସେଇଠି 

ଦୁଃଖର ହୁଏ ବିନାଶ 

ସକଳ ଯନ୍ତ୍ରଣା ଦଗ୍ଧ ବାତାୟନେ 

ବିଛିର୍ଣ୍ଣ ନାଗଫାଶ 

ଜୀବନ ଜତୁଗୃହେ ମୃତ୍ୟୁ ବାସ୍ତବତା 

ଅଧାଜଳା ଇତିହାସ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract