STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନିମ୍ବ ଗଛଟି ଅପୂର୍ବ ଔଷଧୀ

ନିମ୍ବ ଗଛଟି ଅପୂର୍ବ ଔଷଧୀ

1 min
233


ନିମ୍ବଗଛ ଅଟେ ଅପୂର୍ବ ଔଷଧୀ


ନୀରୋଗ କରଇ ଜନ,


ଯେଉଁ ସ୍ଥାନେ ଥାଏ ଔଷଧୀ ଗଛଟି


ରୋଗର ନାହିଁଟି ସ୍ଥାନ।୧।


ନିମ୍ବ ଛାଲ ଅଟେ ବିଚିତ୍ର ଔଷଧୀ


ଚର୍ମରୋଗ ହୁଏ ଦୂର,


ବାଟି ଲଗାଇଲେ ବଦନେ ତାହାକୁ


ରୋଗ ହୋଇ ଯାଏ ଦୂର।୨।


ଭାଜିଣ ଖାଇଲେ ପତ୍ର ଓ ଫୁଲକୁ


ସବୁ ରୋଗ ଭଲ ହୁଏ,


ଏହାରି କାଠିରେ ଦାନ୍ତ ସଫା କଲେ


ଦାନ୍ତ ଶକ୍ତିଶାଳୀ ହୁଏ।୩।


ଆୟୁର୍ବେଦିକ ର ପ୍ରମୁଖ ଔଷଧୀ


ଜଗତେ ବିଦିତ ଅଛି,


ସବୁ ଯୁଗେ ଏହି ମହାନ ଔଷଧୀ


ଶାସ୍ତ୍ରରେ ବର୍ଣ୍ଣିତ ଅଛି।୪।)୮


ମହାନିମ୍ବ ଅଟେ ପ୍ରଭୁଙ୍କ ଶରୀର


ଭକ୍ତି ପ୍ରତିମୂର୍ତ୍ତି ସେହି,


ତା ଚରଣେ ନିତ୍ୟେ ଆରାଧନା କର


ଜଗତ ଠାକୁର ସେହି।୫।


ଦାରୁବ୍ରହ୍ମ ସେହି ନବକଳେବର


ଜଗତର କର୍ତ୍ତା ସେହି,


ଅଜାଡି ଦିଅ ହେ ମନ ପ୍ରାଣ ସବୁ


ବିଶ୍ବର କର୍ତ୍ତାଟି ଏହି।୬।


ଜଗତ ଅସ୍ତିତ୍ଵ ଦାରୁବ୍ରହ୍ମ ସେହି


ମହାନିମ୍ବ ଗଛ ମାନ,


ତାହାରି ଚରଣେ ଭକ୍ତି ଆରାଧନା


କରୁଥିବା ନିତି ଦିନ।୭।


ନିମ୍ବ ଗଛ ଅଟେ ଅପୂର୍ବ ଔଷଧୀ


ନୀରୋଗ କରଇ ଜନ,


ଯେଉଁ ସ୍ଥାନେ ଥାଏ ଔଷଧୀ ଗଛଟି


ରୋଗର ନାହିଁଟି ସ୍ଥାନ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract