STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଇଛା

ଇଛା

1 min
265

ମନ ଅଗଣାରେ ଖଣ୍ଡିଉଡ଼ା ଦିଏ

ଅସରନ୍ତି ଇଛା ଡେଣା ଝାଡ଼ି,

କିଛି ପର ଛିଡେ ମଥାନ ଉପରେ

କିଛି ଯାଏ ବହୁ ଦୂର ଉଡ଼ି।


କାମନାର ତପ୍ତ ମାଟି ଚୁଲି ଗର୍ଭୁ

ପୋଡ଼ା ପାଉଁଶର ଝୁଙ୍କ ଉଠେ,

ବେଳ ବୁଡ଼ି ଯାଏ କଅଁଳ ସଞ୍ଜରେ

ସପନର କୋଟି ତାରା ଫୁଟେ। 


ତୃଷିତ ଭାବନା ବେଳାଭୂମି ପରେ

ବାସନାର ଉର୍ମି ପିଟେ ମଥା,

ତଥାପି ମନର ତୃଷ୍ଣା ମରେନାହିଁ

ପିଇ ପିଇ ସରେନାହିଁ ବ୍ୟଥା।


ଇଛା ପରା ଏକ ଖିଆଲି ମନର

ବେପରୁଆ ତୁଛା ଅଭିଳାଷ,

ପୁରିଗଲେ ମରେ ମନର ପରାସ

ନପୁରିଲେ ରହେ ଅବଶୋଷ।


ଇଛା ଘୋଟକରେ ନଥିଲେ ଲଗାମ

ବାଟବଣା ହୁଏ ଯାତ୍ରାପଥ,

ସଂଯତ ଚିତ୍ତରେ ଉଚିତ ଇଛିଲେ

ଜୀବନଟା ହୁଏ ମହାଯାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract