STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ମୋକ୍ଷ

ମୋକ୍ଷ

1 min
234


ମନଘର ରୁଦ୍ଧ ଦ୍ୱାରରେ 

କରାଘାତ ଜୋର ଜୋରରେ 

ଚମକିଲି, ପିଲାଥିଲି 

ପ୍ରଜାପତି ପୁଳମତି ନଈ, ଝରଣା ସୁଅରେ 

ତାରାଫୁଲକୁ ଟିଙ୍କିତାରା କହିବାରେ 

ନଥିଲା ଅନୁଶୋଚନା ମୋରେ 

ପୁଣି ଯେବେ ବଡହେଲି 

ସେହି କରାଘାତ 

କେତେ ଘାତ ପ୍ରତିଘାତ, 

ହେଲେ ଚାରିପାଦ ଆଗକୁ ବଢ଼ି 

ପଛକୁ ଚାରିପାଦ 

ଶୃଙ୍ଖଳା ଶାଶନ ଓ ଅନୁଶାସନ ମାନେ 

ଜୋରରେ ଦୁଆରେ ଆବାଜ ଦେଉଥିଲେ

ଶୁଭୁନଥିଲା ପ୍ରେମର ଫଲ୍ଗୁ 

ରୂପର ଜଲସା ଦେଖାଯାଉ ନଥିଲା ।

ଫଗୁଣରୁ ରଙ୍ଗ ମନାଥିଲା 

କୋଇଲି ଗୀତରେ ନର୍ତ୍ତକୀ ଛନ୍ଦରେ 

ନୀତି ଅନୀତିର ପାର୍ଥକ୍ୟ ବି ଥିଲା 

ଆଉ ଏଵେ ଯିଏ ବା ଯେଉଁମାନେ 

କରାଘାତ କରୁଥିଲେ 

ଭୟ କେବେ ହତାସା ନିରାଶା 

ଆତଙ୍କ କେବେ 

କେବେ ପୁଣି ପାଦଶବ୍ଦ ଜଡ଼ସଡ଼ 

ଦୁଆର ଖୋଲି ଦେଖେତ 

ତୁମେ ଚତୁର୍ଦ୍ଧା ମୂରତି ମୋ ଆଗରେ 

ମୋକ୍ଷର ପସରା ହାତରେ 

ଅଦୃଶ୍ୟ ହୋଇଗଲା ପରେ ପରେ 

ମୁଁ ପ୍ରତିଟି ସୁନେଲି ସକାଳେ

ସୂର୍ଯ୍ୟଙ୍କୁ ଚାହେଁ ଆକୁଳ ନୟନରେ 

ଚଉରାମୂଳେ ପାଣି ଓ ସଞ୍ଜ ଦେଇ 

ରୁଦ୍ଧଦ୍ୱାର ଖୋଲିଦେଇଛି ଏକାଥରେ 

କାଳେ ମିଳିପାରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract