STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ହେ ନିରାକାର ପ୍ରଭୁ

ହେ ନିରାକାର ପ୍ରଭୁ

1 min
243


ହରେକୃଷ୍ଣ ନାମ ରାମନାମ ପ୍ରଭୁ

ଜଗନ୍ନାଥ ପ୍ରଭୁ ନାମ,

ଜଗତ ମଙ୍ଗଳେ ବିଭିନ୍ନ ରୂପରେ

ଆବିର୍ଭାବ ଧରା ଧାମ।୧।


କେଉଁ ନାମ ଧରି ଡାକିବି ହେ ନାଥ

ଜ୍ଞାନ ଭରି ଦିଅ ମତେ,

ଅନ୍ଧାର ଭିତରେ ଆଲୋକ କିରଣ

ଯୋଡ଼ି ପ୍ରଭୁ ମତେ।୨।


ତବ ବିନୁ ଗତି ନାହିଁରେ କାଳିଆ

କର୍ମପଥେ ନେଇ ଚାଲ,

ଦେଖୁଥିବି ମୁଖ ତୋହର କାଳିଆ

ଜ୍ଞାନ ପଥେ ନେଇ ଚାଲ।୩।


ସବୁ ଶାସ୍ତ୍ର ଧର୍ମ ତୁହିରେ କାଳିଆ

ଜ୍ଞାନର ପ୍ରଦୀପ ତୁହି,

ତୋହରି ପ୍ରକାଶେ ପ୍ରକାଶିତ ହୁଏ

ଚରାଚର ଏହି ମହି।୪।


ସତ୍ୟ ପଥ ମାର୍ଗ ତୁହିରେ କାଳିଆ

ଜୀବନ ଆଧାର ତୁହି,

ଜୀବନ ପଥରେ ସର୍ବୋପରି ତୁହି

ଧର୍ମପଥ ମଧ୍ୟ ତୁହି।୫।


ହରେକୃଷ୍ଣ ନାମ ରାମନାମ ପ୍ରଭୁ

ଜଗନ୍ନାଥ ପ୍ରଭୁ ନାମ,

ଜଗତ ମଙ୍ଗଳେ ବିଭିନ୍ନ ରୂପରେ

ଆବିର୍ଭାବ ଧରା ଧାମ।୦।




Rate this content
Log in

Similar oriya poem from Abstract