STORYMIRROR

Bijay Prusty

Abstract

4  

Bijay Prusty

Abstract

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
238


କିଛି ବି ଆବେଗ ନାହିଁ

ନାହିଁ କିଛି ସୁଖ ଅବା ଦୁଃଖ

ଖାଲି ଟିକେ କାନ୍ଦିଦେଲେ

ମେଣ୍ଟିଯାଏ ସବୁତକ ଭୋକ I

ଯେତେ ଅଳି ଯେତେ ଅରଦଳି

ପୂର୍ଣ୍ଣହୁଏ ଟିକେ କାନ୍ଦିଦେଲେ

ତା ହସରୁ କେତେ ଆଖି

ପ୍ରଷ୍ଫୁଟିତ ଫଳସବୁ ତୋଳେ I

ଟିକିଏ କୁଆଁ ଶବ୍ଦରେ

ଚହଲିଯାଏ କେତୋଟି ହୃଦୟ

ସମସ୍ତଙ୍କ ନୟନର ତାରା ପରା ସିଏ

ସମସ୍ତଙ୍କ ଆଖିଭର୍ତ୍ତି ସ୍ୱପ୍ନର ବଳୟ I

ହେଲେ ଏବେ କେହିଜଣେ

କହି କି ପାରିବ ସତେ ? 

ଏଇ ସବୁ ଆଖିତଳେ 

ଟଳମଳ ସ୍ୱପ୍ନର କଳିକା ସବୁ

ବାସ୍ତବରେ ଫୁଲହୋଇ ଫୁଟେ ??

         


Rate this content
Log in

Similar oriya poem from Abstract