STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

ତୋତେ କାହିଁକି ପୂଜିବି କହ

ତୋତେ କାହିଁକି ପୂଜିବି କହ

1 min
227

      


ଜନମ ଦେଇଛୁ ଆସିଛି ସଂସାର 

ତୋ ଆଶୀର୍ବାଦେ ଏ ଦେହ, 

ମନ ଜ୍ଞାନ ଧନ ପାଇ ବି ତୋଠାରୁ 

ଆଖିରୁ ବହୁଛି ଲୁହ... 

ତୋତେ କାହିଁକି ପୂଜିବି କହ,

ତୋତେ କାହିଁକି ପୂଜିବି କହ।

ଦେଖୁଛି ଏ ସଂସାରଟା ମାୟାଘେରା 

ଭରିଛି ତ ଖାଲି ମୋହ,

ଯେତେ ଯାହାହେଲେ ସନ୍ତୋଷ ତ ନାହିଁ 

ହୃଦୟେ ଆସୁଛି କୋହ... 

ତୋତେ କାହିଁକି ପୂଜିବି କହ,

ତୋତେ କାହିଁକି ପୂଜିବି କହ।

ଦେଲୁ ଏତେ ଜ୍ଞାନ ବିବେକ ବିଚାର 

ତଥାପି ହୁଏ ମୁଁ ଦାହ, 

ଜୀବନ ଜଞ୍ଜାଳ ପାରୁନି ତ ସହି 

ଜଳୁଛି ମୁଁ ଅହରହ... 

ତୋତେ କାହିଁକି ପୂଜିବି କହ, 

ତୋତେ କାହିଁକି ପୂଜିବି କହ। 

ନିଜ ଦୋଷ କେବେ ଦେଖି ମୁଁ ପାରୁନି 

ଭାଗ୍ୟକୁ ନିନ୍ଦୁଛି କର୍ମ ସହ, 

ପାପ ପୁଣ୍ୟ କିଛି ଫରକ ଦେଖୁନି 

ଜୀବନ ଯେ ଦୁର୍ବିସହ...

ତୋତେ କାହିଁକି ପୂଜିବି କହ, 

ତୋତେ କାହିଁକି ପୂଜିବି କହ। 

ମନେ ପ୍ରାଣେ ଭରିଛି ତ ତୁଚ୍ଛା ମିଛ 

ଖାଲି ହିଂସାର ପ୍ରବାହ, 

ନିଜ ସ୍ଵାର୍ଥ ପାଇଁ ଭୁଲି ଯାଏ ସବୁ 

ଜୀବନ କରେ ନିର୍ବାହ... 

ତୋତେ କାହିଁକି ପୂଜିବି କହ, 

ତୋତେ କାହିଁକି ପୂଜିବି କହ। 

ଏ ମୋର ସ୍ବଭାବ ହୀନ ମନୋଭାବ 

କାହାଠୁ ଆସିଛି କହ ? 

ତୋ ଇଚ୍ଛାରେ କଲୁ ଯଦି ସବୁ ସୃଷ୍ଟି 

ମୋତେ ଦେଲୁ କିଆଁ ମୋହ... 

ତୋତେ କାହିଁକି ପୂଜିବି କହ, 

ତୋତେ କାହିଁକି ପୂଜିବି କହ। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract