ମୁଁ ଯେ...
ମୁଁ ଯେ...


ମୁଁ ଯେ ଫୁଟିଛି ଫୁଲ ହୋଇ
ଏଇ ଧରାଧ।ମେ ସଭିଙ୍କ ପାଇଁ
ସଭିଙ୍କ ହିତେ ଜୀବନ ସମର୍ପି
ସାଉଁଟେ ନିଜର ଭାବୁଥିବା ଲୋକଙ୍କ
ମମତ୍ୱର ବାସ୍ନା ପଛେ ଥିବା
ଛଳନା,ପ୍ରତାରଣାର ମହମହ ବାସ,
ମିଛ ଅନୁରାଗ ଓ ଅଳୀକ ଭଲପାଇବା ନେଇ
ବୟସର ବଗିିଚାରେ
ଏକଜୁଟ ହୋଇଚାଲେ
ଅଝଟପଣ ପାଇଁ
କ୍ଷତାକ୍ତ ମନରୁ ଝରି ଆସୁଥିବା
ଲୋତକରୂପୀ ପାଖୁଡ଼ା ଗୁୁୁଡିକର ସମାବେଶ।।