STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ମୁଁ ଶବ କହୁଛି

ମୁଁ ଶବ କହୁଛି

1 min
198


ମହାମାରୀ କରୋନା ସଂକ୍ରମଣରେ

ମୋ ପ୍ରାଣଟି ଚାଲିଯାଇଛି

ହସ୍ପିଟାଲର ବାରଣ୍ଡା ହିଁ 

ମୋର ଆଶ୍ରୟସ୍ଥଳୀ ପାଲଟିଛି

ମୁଁ ଶବ କହୁଛି ........।

ମୋ ତେଲ ଲୁଣ ଦୁନିଆଁର

ଅନେକ ସମ୍ପର୍କ ଥାଇ ବି ଆଜି ମୁଁ 

ଅନାଥ ହେଇରହିଛି

ଆତ୍ମୀୟ ସ୍ୱଜନ କି ଜ୍ଞାତି କୁଟୁମ୍ବ ବି

ମୋ ପାଖରୁ ଦୂରେଇଯାଇଛି

ମୁଁ ଶବ କହୁଛି.....।

ମୋର ମୃତ୍ୟୁକାଳରେ ମୁଁ

ମୋର ପରିବାରକୁ ନା ଦେଖିପାରୁଛି

ନା କାହା ସାଥେ କଥା ହେଇ ମୁଁ

ମୋର ଶେଷ ବାର୍ତ୍ତା ଦେଇପାରୁଛି

ମୁଁ ଶବ କହୁଛି.......।

ମୋର ମର ଶରୀରକୁ

ନା ମୋର ଦାୟାଦ କାନ୍ଧ ଦେଇପାରୁଛି

ନା ମୋ ଭିଟାମାଟିରେ ମୁଁ

ଚିର ନିଦ୍ରାରେ ଶୋଇପାରୁଛି

କେବଳ ଡାକ୍ତରଖାନାର କେତେଜଣ କର୍ମଚାରୀଙ୍କର

ହାତରେ କେଉଁ ଏକ ଇଲାକାରେ ଦହନ ହେଉଛି

ମୁଁ ଶବ କହୁଛି......।

ମୋର ମର ଶରୀରରୁ କାହାକୁ ପୁଣି ବାୟୁରେ

ସଂକ୍ରମିତ ହେବ ବୋଲି କଳା ପଲିଥିନରେ ଘୋଡେଇ

ଦିଆଯାଉଛି

ତାକୁ ନା ମୋର ଆତ୍ମୀୟଙ୍କୁ ଦେଖେଇ ଦିଆଯାଉଛି

ନା ଜାଣିହେଉଛି ନା ଚିହ୍ନିହେଉଛି

କେତେବେଳେ କେଉଁ ଶବକୁ ଦହନ କରିଦିଆଯାଉଛି

ମୁଁ ଶବ କହୁଛି.......।

ମୃତ୍ୟୁ ଉତ୍ତାରୁ ମୁଁ ଆମ୍ବୁଲାନ୍ସରେ ବୁହାହୋଇ

ଦହନ ପାଇଁ ମୃତ୍ୟୁଶାଳାରେ ପହଞ୍ଚୁଛି

କେତେବେଳେ ମୋର ପାଳି ଆସିବ ଅପେକ୍ଷା କରି

ଦିନ ଦିନ ଧରି ସେଇ ଚାରିଚକରେ ପଡିରହୁଛି

ମୁଁ ଶବ କହୁଛି.......।

ସ୍ଥାନ ଅଭାବରୁ ଜଣଙ୍କର ଜୁଇ ନିଆଁ ଶୀତଳ ନହେଉଣୁ 

ଆଉ ଜଣଙ୍କର ଦାହ ସଂସ୍କାର କରାଯାଉଛି

ଶେଷକୃତ୍ୟ ସରି ମାଟି ପିଣ୍ଡୁଳା ମୁଁ 

ମାଟିରେ ଏକାକାର ହେଇଯାଉଛି

ମୁଁ ଶବ କହୁଛି........।।

ମର ଶରୀର ମୋ ଦାହ ହେଉ ହେଉ

ଘରେ କୋଳାହଳ ଶୁଭୁଛି

ସମ୍ପତି ଭାଗବଣ୍ଟାକୁ ନେଇ ଭାଇ ଭାଇ ମଧ୍ୟେ

କଥା କଟାକଟି କସରତ କରି

ମହାଭାରତ ଲାଗିରହିଛି

ମୁଁ ଶବ କହୁଛି……..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy