ମୁଁ ପତିତା
ମୁଁ ପତିତା
କାହା ପାଇଁ ଆଜି ମୁଁ ବୋଲାଏ ପତିତା,
କିଛି କ୍ଷଣ ସୁଖ କୁ ପରଶୀ ଦେବା ପାଇଁ
ଆଉ ମୋ ଭୋକିଲା ପେଟରେ ଦାନା ଦେବା ପାଇଁ,
ରାତି ର ଚମକ ରେ ଅପସରା ତା ଦିବସେ ନିଷ୍ପେସିତା ।।
ହୃଦୟ ରେ ସବୁ କଷ୍ଟ କୁ ଚାପି ଧରି,
ନାଲି ଅଧରେଭିନ୍ନ ରଙ୍ଗ କୁ ସଜେଇ,
ଆଖିରେ କାମନା ର ତୀର ଲଗେଇ,
ଆମନ୍ତ୍ରଣ କରେ ବାସନା ଦାନବାକୁ ହସ୍ତ ଧରି ।।
ମନ ରେ ଥିଲେ ବି ତୁଷାର ଶୀତଳତା,
ଅଙ୍ଗେ ଦେଖେଇ ରବି ର ଉଷ୍ମତା ,
ସୌନ୍ଦର୍ଯ୍ୟ ର ବେଶ ପରିପାଟି ମଧ୍ୟ ରେ ନଗ୍ନତା,
କିଛି ଗୁପ୍ତ ବ୍ୟବସ୍ତା ରେ ଶଯ୍ୟ କରେ ବର୍ବରତା ।।
ଅପବିତ୍ର ହୋଇ ବି ପବିତ୍ର ସାଜେ ସବୁ ଦିନେ,
ସଙ୍ଗମ କରେ ନାନା ରଙ୍ଗେ ବିବିଧ ବରନେ ,
ଆଖିର ଅଶ୍ରୁକୁ ଝାଳ ରେ ମିଶେଇ ଗୋପନେ,
ଖୁସି ବାଣ୍ଟି ଚାଲେ ସବୁ ରାତି ଆଉ ସପନେ ।।
ଦେହ ର ବଣିଜ ହୁଏ ମୋର ନିତି ନିତି,
କେବେ ଶରୀର କେବେ ବକ୍ଷଜ
କେବେ ଜାନୁ ମଧ୍ୟ ର ସଂକୀର୍ଣ୍ଣତା ର
କିନ୍ତୁ ସବୁ ସହି ଯାଏ ମୁଁ ମଥା ପାତି ।।
ସେଇ ପିଶାଚ ପୁଣି ଲୁଣ୍ଠନ କରେ
କେତେ ଆଲିଙ୍ଗନ କେତେ ସେ କର୍ଷଣ
ବିଦାରଣ କରି ନଗ୍ନ ଶରୀରକୁ ,
ଦେବତା ସାଜି ଦିବସେ ବସେ ସେ ସିଂହାସନ ରେ ।।
କାହାକୁ ଦୋଷ ଦେଇ ଲାଭ କିଛି ନାହିଁ ବାରେ
ଦୋଷ ମୋର ଅଛି ଏ ଭାଗ୍ୟ ରେ,
ଏତିକି କିନ୍ତୁ ମୁଁ ଯଦି ପତିତା ଆଜି ସମାଜ ରେ
କେମିତି ତୁମେ ଦେବତା ବୋଲା କହି ଦିଅ ଥରେ ।।