STORYMIRROR

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ମୁଁ ନୁହେଁ ସେମିତି ଝିଅ

ମୁଁ ନୁହେଁ ସେମିତି ଝିଅ

1 min
218

ସପନ ନାୟକ ଭାବି ମୁଁ ନଥିଲି

ସପନେ ମିଳେଇ ଗଲ

ମୋ ଆଖି କୋଣରେ ଲହୁ ହ୍ରଦଟିଏ

ନିର୍ଦ୍ଦୟରେ ସୃଷ୍ଟି କଲ ।

ତୁମେ ମଧୁକର ଏ ତୁମ ବ୍ୟାପାର

ମୁଁ ନୁହେଁ ତୁମର ଯୋଗ୍ୟ

ହୋଇ ଥାନ୍ତି ଯଦି ବାରନାରୀ ମୁହିଁ

ବାଢ଼ି ଥାନ୍ତି ପ୍ରୀତି ଭୋଗ ।

ହୃଦେ ପ୍ରତାରଣା ମୁଖରେ ଲାଳିମା

କୁହୁକ କୁହୁଡି ରୂପ

ମାୟା ସରୋବରେ ଯିଏ ପାଦ ଦେବ

ନିଶ୍ଚୟ ହୋଇବ ଲୋପ ।

ଅପନ୍ତରା ରାଜ୍ୟେ ଦରିଦ୍ର ଭିତରେ

ବିତି ଯିବ ସିନା ଦିନ

ପାପ ପଙ୍କେ ଗଢା ଅଲିଶାନ୍ ଘର

କେବେ ନ ଲୋଡିବ ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance