ମୁଁ ନୁହେଁ ସେମିତି ଝିଅ
ମୁଁ ନୁହେଁ ସେମିତି ଝିଅ
ସପନ ନାୟକ ଭାବି ମୁଁ ନଥିଲି
ସପନେ ମିଳେଇ ଗଲ
ମୋ ଆଖି କୋଣରେ ଲହୁ ହ୍ରଦଟିଏ
ନିର୍ଦ୍ଦୟରେ ସୃଷ୍ଟି କଲ ।
ତୁମେ ମଧୁକର ଏ ତୁମ ବ୍ୟାପାର
ମୁଁ ନୁହେଁ ତୁମର ଯୋଗ୍ୟ
ହୋଇ ଥାନ୍ତି ଯଦି ବାରନାରୀ ମୁହିଁ
ବାଢ଼ି ଥାନ୍ତି ପ୍ରୀତି ଭୋଗ ।
ହୃଦେ ପ୍ରତାରଣା ମୁଖରେ ଲାଳିମା
କୁହୁକ କୁହୁଡି ରୂପ
ମାୟା ସରୋବରେ ଯିଏ ପାଦ ଦେବ
ନିଶ୍ଚୟ ହୋଇବ ଲୋପ ।
ଅପନ୍ତରା ରାଜ୍ୟେ ଦରିଦ୍ର ଭିତରେ
ବିତି ଯିବ ସିନା ଦିନ
ପାପ ପଙ୍କେ ଗଢା ଅଲିଶାନ୍ ଘର
କେବେ ନ ଲୋଡିବ ମନ ।