ମୁଁ ନାସ୍ତିକ
ମୁଁ ନାସ୍ତିକ
ମୁଁ ନାସ୍ତିକ
ଆସ୍ଥା ରଖି ଯେବେ ନିଜକୁ ହଜାଏ ପ୍ରଭୁ ଭକ୍ତିରେ ,
ମାନେ ମାନେ କରେ ସମର୍ପଣ ନିଜକୁ ସିଏ ତାଙ୍କଠାରେ |
ଜାଣିଛି ସିଏ ଜନ୍ମ ମୃତ୍ୟୁ ଅଟେ ଏକମାତ୍ର ସତ୍ୟ ,
କାମନା ,ବାସନା ,ମୋହ ,ମାୟା ଆଦି ତାର ଭୃତ୍ୟ |
ତଥାପି ମଣିଷ ବୁଝି ପାରେନାହିଁ ,କରେ କିଛି ଅପରାଧ ,
ସେଥିପାଇଁ ଡାକଇ ପ୍ରଭୁଙ୍କୁ ,କହେ ସିଏ ତାହାର ଆରାଧ୍ୟ |
କହି ବୁଲେ ସିଏ ନାସ୍ତିକ ନୁହେଁ ,ଅଟଇ ଭକ୍ତ ,
ହାଡ ମାଂସ ଏହି ଶରୀରରେ ସିଏ ଭରିଛି ରକ୍ତ |
କେହି ପୁଣି ଡିଣ୍ଡିମ ବଜାଇ କୁହେ ନୁହଁଇ ନାସ୍ତିକ ,
ସତେ ନେଇଛି ଏକା ସିଏ ଠିକା,ହୋଇଛି ସେବକ |
ଯଦି କେହି ତାକୁ ପ୍ରଶ୍ନ କରି ମାଗଇ ଉତ୍ତର ,
କ୍ରୋଧିତ ହୋଇ ନାମିତ କରେ ତାକୁ ଛାପଦେଇ ନାସ୍ତିକର |
ସେହି ନାମଧାରୀ ନାସ୍ତିକ ,ହସି ହସି ସବୁ ସହିଯାଏ,
ନାସ୍ତିକ ବୋଲି କିଛି ଯେଉଁ ନୂଆ ଆଖ୍ୟା ପାଇଥାଏ |
କିଏ କହେ ତାକୁ ଅଧର୍ମୀ ,ଜାଣେନା ଧର୍ମର ମାର୍ଗ ,
ଖାଲି ବସିଥାଏ ,ପାଳେନି କେବେ କିଛି ସିଏ ପର୍ବ |
ଆଉ କିଏ କହେ ମନ୍ତ୍ର ଜାଣେନା ,ଙ୍କରେ ପୂଜା ,
ଅଜ୍ଞାନୀ ସିଏ ଜାଣେନି ,ପୂଜା ପାର୍ବଣର କିଛି ମଜା |
କେହି କେହି ପୁଣି ନାସ୍ତିକ କହି ଦିଅନ୍ତି ଘଉଡ଼ାଇ ,
ସତେ ଯେପରି ଅସ୍ପୃଶ୍ୟ ସିଏ ଅଟେ ,ମଣିଷ ନୁହଁଇ |
ଯେତେ ଯେତେ ସବୁ ନିଜକୁ ବଡ ଆସ୍ତିକ ବୋଲାନ୍ତି,
ଚିତା ଚଇତନ ମାରି ପୂଜା କରିବାକୁ ସଜ ହୁଅନ୍ତି |
ଲାଗେ ସତେ ପ୍ରଭୁ କହିଛନ୍ତି ,ଏମିତି ପୁଯିବ ତାଙ୍କୁ ,
ସଭିଙ୍କୁ ଜଣାଇ ଦେଖାଇ ହେବ ,ଲୁଚାଇ ନିଜ ସ୍ୱାର୍ଥକୁ |
କେତେ ବାଜା ବଜାଇ ନାଚି , ହୁଅନ୍ତି ଭକ୍ତିରେ ଲୀନ,
କିନ୍ତୁ ଭାବନାର ମଧ୍ୟେ ମାଗିବାର ଇଛା କରୁଥାଏ ମନ |
ଯାହାକୁ ନାସ୍ତିକ କୁହନ୍ତି ,ସିଏ ଦୂରେ ରହି ହସୁଥାଏ ,
ପ୍ରଭୁଙ୍କୁ ମନେ ମନେ ସଭିଙ୍କୁ କ୍ଷମା କରିବାକୁ କହୁଥାଏ |
କହେ ସିଏ ସ୍ପଷ୍ଟ ,ମୁଁ ନାସ୍ତିକ ଏହି ଛଳନା ପାଇଁ ,
ପ୍ରଭୁ ଯଦି ସତ୍ୟ ,ତେବେ ମିଥ୍ୟା ବାହାନା କାହିଁପାଇଁ ?
ମୁଁ ନାସ୍ତିକ ହେଲେବି ,ଜାଣିଛି ସୃଷ୍ଟିକର୍ତ୍ତାଙ୍କ ସବୁ ଅସ୍ତିତ୍ବ ,
ବାଜା ବଜାଇ ,ଡେ଼ନ୍ଦୁରା ପିଟି ଗାଉନାହିଁ ତାଙ୍କ ମହତ୍ୱ |
ମୁଁ ନାସ୍ତିକ ହୋଇ ସତ୍କର୍ମରେ ସଦା ଆସ୍ଥା ରଖିଥାଏ ,
ଆସ୍ତିକର ନାଟକ କରି କେବେ ,କୁକର୍ମରେ ଲିପ୍ତ ନହୁଏ |
ମୁଁ ନାସ୍ତିକ ବୋଲି ସଭିଏଁ କୁହନ୍ତି ,ଦୁରେଇ ଦିଅନ୍ତି ,
ପ୍ରକୁତ ଆସ୍ଥାର ଅର୍ଥ କି କୁହ ସର୍ବେ ଜାଣିଛନ୍ତି ?
ମୁଁ ନାସ୍ତିକ ହୋଇ ସମୟର ତାଳେ କର୍ମ କରିଯାଏ ,
ଆସ୍ତିକ ହେବାର ଢୋଂଗ କରି କାହାକୁ ଦୋଷ ନଦିଏ |
ଯଦି ବୁଝି ପାରିବ ,ଏବେ ବୁଝ ସତ୍ୟକୁ ଥରୁଟିଏ ,
ମୁଁ ନାସ୍ତିକ ,ଏହି ନାସ୍ତିକ ଭିତରେ ଆସ୍ତିକ ରହିଥାଏ |