STORYMIRROR

ପବିତ୍ର ବେହେରା , ସମ୍ବଲପୁର

Action Crime Inspirational

3  

ପବିତ୍ର ବେହେରା , ସମ୍ବଲପୁର

Action Crime Inspirational

ମୁଁ କରୋନା

ମୁଁ କରୋନା

1 min
12.2K


 

ଆସିଛି କେତେ ଦୁରୁ ମୁଁ

   କରି ଵାକୁ ମଣିଷ କୁ ମନା

ପାପ କାର୍ଯେ ଦିଅନା ମନ

       କହେ ମୁଁ କରୋନା ।।

ଆସି ନାହିଁ ମୋ ଇଚ୍ଛା ମୁଁ

      କଲ ମୋତେ ଆମତ୍ନୀତ

ନ ଛାଡିଲେ ପାପ କାମ

        ରହିବି ତୁମ୍ଭ ସଙ୍ଗତ।।

ହତ୍ୟା ଵଳତ୍କାର ଚୋରି ଡକାୟତି

   କଲ ନ ଡରି କାହାକୁ ଜାଣିଜାଣି,

ପାପ ଭାର ଯାଉଛି ଵଢି

     ଅସହ୍ୟ ହେଲାଣି ଧରଣୀ।।

ଯୁଗେ ଯୁଗେ ଯେଵେ ଵଢେ ପାପ ଭାର

    ପ୍ରଭୂ ନିଅନ୍ତି ନୂଆ ଅବତାର,

ନିଜ ହାତେ ଧରି ଅସ୍ତ୍ର

     ସଂହାରନ୍ତି ପାପୀ ଅସୁର।।

 ଧରଣୀ ମା'ର କଷଣ ଦେଖି 

       ପାରିବେକି ପ୍ରଭୂ ସହି,

ପ୍ରଭୂ ଙ୍କ ଆଦେଶେ ପାପ ରୋକିବାକୁ

      ଆସିଛି କରୋନା ମୁହିଁ।।

ଯେଉଁଠି ମିଳେନି ନାରୀ କୁ ସମ୍ମାନ

      ସେ ହୁଏ ନର୍କ ତୁଳନା,

ଦିଅରେ ଦିଅରେସମ୍ମାନ ନାରୀକୁ

   ଅନୁରୋଧ କରେ ମୁ଼ଁ କରୋନା।।

ଯେଵେ ଦେଖ ମିଳେ ଶୁଣିଵାକୁ

     ନାରୀ ଉପରେ ଅତ୍ୟାଚାର,

ପ୍ରଭୂ କାଳିଆ ବଳିଆ ଜଗତ ମା' କୁ ଘରୁ ନିଜ ତଡି 

       ଵୁଲୁ ଥିଲେ ଦ୍ଵାର ଦ୍ଵାର।।

ସୁଧୁରି ଯାଅ ରେ ଅଛି ଵି ସମୟ

       ପାପ କାର୍ଯେ ମନ ଦିଅନା,

ନହେଲେ ମରିବ ପୋକମାଛି ଭଳି

      କହେ ଆଜି ମୁଁ କରୋନା।।

ପଶୁ ବିହଙ୍ଗ ପ୍ରତି କଲ ଅତ୍ୟାଚାର

        ନହୁଅ ଏତେ ନିର୍ଦୟ,

ତୁମ ଭଳି ଅଛି ତାଙ୍କର ଜୀବନ

         ଧର୍ମର ହେବ ଜୟ।।

ଅର୍ଜୁଛ ପାପ ଗଛ ଲତା କାଟି

          ନିଜ ସ୍ଵାର୍ଥ ପାଇଁ,

ତାଙ୍କ ଵିନା ଅସମ୍ଭଵ ଦୁନିଆ 

  କରୋନା ମୁଁ ଡର ମୋତେ କାଇଁ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action