STORYMIRROR

Banasmita Panda

Tragedy Inspirational

3  

Banasmita Panda

Tragedy Inspirational

ମୁଁ କେବେ ମୁଁ ଥିଲି ଯେ

ମୁଁ କେବେ ମୁଁ ଥିଲି ଯେ

1 min
209


"ମୁଁ " କେବେ ମୁଁ ଥିଲି ଯେ 

ଆଜି ପୁନର୍ବାର କଣ ପାଇଁ 

ଏ ପ୍ରଶ୍ନ, ଏ ଏକାନ୍ତତା କୁ 

ହଁ ବଞ୍ଚିବାର ପ୍ରୟାସ, ଟାଣି ଆଣେ

ଅନେକ ଅଙ୍କା ବଙ୍କା ପଥର 

ବାଟୋଇ କରି 

କଣ ସବୁ ବାଙ୍କ ସଠିକ ପଥ 

ତାର ବା କି ପକ୍କା ଉତ୍ତର? 

ପଚାରେ ସେଇ ଲେଖକ କୁ 

ଦୂରେ ବସି ଯେ ହସୁଥାଏ 

ମୋର ପ୍ରତ୍ୟେକଟି ପାଦର ଗତିପଥ ଉପରେ 


ଚାଲିଛି, ଚାଲୁଥିବି ଆହୁରି ଦୂରଦୂରlନ୍ତର 

ଖୋଜିବାକୁ ମୋ ପରିଚୟ 

ଏତେ କୋଷ ଚାଲିଲା ପରେ ଭି 

ମୁଁ ଯେ ଶୂନ୍ୟ 

ଯାହା ଖାଲି ଅତୀତର କିଛି ସ୍ମୃତି 

ବୋଝ ପରି ଅନୁଭବ ହୂଏ 

ଅଦୃଶ୍ୟ ଆଶା କିଛି 

ଟାଣି ନେଉଛନ୍ତି କିଛି ଅସ୍ପଷ୍ଟ ଭବିଷ୍ୟତକୁ 


ଜୀବନର ଏ ପଥରେ 

କାହିଁ କିଛି କାହାର କର୍ମ କିଛି 

ଦୃଷ୍ଟିଗୋଚର ତ ହେଉନାହିଁ 

ଯାହା ଖାଲି ବେଲାଳସେନ ର ପରିଧି 

ଖାଲି ହସ୍ତେ ପୁଣି କଣ ପାଇଁ ଏ 

ଦେଖାଇବାର ପ୍ରହସନ ପୂର୍ବକ ସାମର୍ଥ୍ୟ 

ଯାହା ଖାଲି କିଛି ମିଛ ଗର୍ବ 


ବାରି ବାରି କରି ଯାଉଛି 

ଅନେକ ପରସ୍ତ ଏ ପ୍ରଶସ୍ତ ଜୀବନର 

କେବେ ସମୁଦ୍ରର ଢେଉ ପରି 

କେବେ ମରୁଭୂମିର ବାଲୁକା ଢେଉ ସମାନ 

ତଥାପି କଁଅଳେ କିଛି ନୂତନ ଆଶା, କିଛି ନୂଆ ସ୍ବପ୍ନ 

ଲୁଚକାଳି ଖେଳନ୍ତି କିଛି ନୂଆ ମୁହଁ 

ବଟୋଇ ର ସରେନି ପଥ 

ଖାଲି ଯା ସମୟର ନିୟନ୍ତ୍ରିତ 

କାଠ କଣ୍ଡେଇ ସମାନ 

କିଛି ସମୟର ଭୂମିକା 

ତା ଭିତରେ ଖୋଜିବାକୁ କାହିଁ ସମୟ 

ମୁଁ ନାମକ ଅସ୍ତିତ୍ବ କୁ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy