STORYMIRROR

Pratima Panda

Abstract Tragedy

3  

Pratima Panda

Abstract Tragedy

ମୁଁ ଜୋକର୍

ମୁଁ ଜୋକର୍

1 min
11.5K

ହଁ  ହ ଁ  ମୁଁ  ଜୋକର୍

ଯାହା ବିନା ଅଧୁରା ଲାଗେ ସର୍କସ୍

ରଙ୍ଗ ରଙ୍ଗିଆ ଓଲଟା ସିଧା ପିନ୍ଧି

ମୁହଁରେ ମେଞ୍ଚେ ରଙ୍ଗ ବୋଳି

ବଡ ବଡ କରି ଆଖି

ନାକ କୁ ଲାଲ୍ ଟମାଟର୍ କରି

ଦେଖାଏ କେତେ ଛଇ

କେବେ ମୁଁ ପଡେ କେବେ ମୁଁ ଉଠେ

କେବେ ନିଜେ ନିଜେ କୁ ସମ୍ଭାଳି ନିଏ

ଯାଦୁ ଦେଖାଏ କେବେ ଡରାଏ

ବଡ ବଡ ମୋର ଦାନ୍ତ ଦେଖାଇ

ନିମିଷକେ କୁତୁକୁତୁ କରି ହସାଏ


ଘରେ ଅଛି ମୋର ରୋଗିଣା ସ୍ତ୍ରୀ

ଶୋଇ ରହିଛି ଯେ ବିଛଣା ଧରି

ଆଉ ଚାରୋଟି ବାଳୁତ ଭୋକିଲା ପେଟ

ନିତି ଦେଖୁଥାଏ ମୋ ଫେରିବା ବାଟ

ମୋ ଦୁଃଖ କାହାକୁ ପାରେନା କହି

ମୁଖାଖୋଲି ମାନଖୋଲି କେବେ ପାରେନା ହସି

ସଂସାର ଦୁଃଖ ମୁଁ ପାରିଛି ବୁଝି

ଜାଣିଛି ହସ ହିଁ ପରମ ମହୌଷଧି 

ସେଥିପାଇଁ ସିନା ମୋ ଲୁହ କୋହକୁ

ଅନ୍ତରେ ଚାପି

ହସର ଖେଳ ମୁଁ ଦେଖାଏ ନିତି 

ଜୋକର୍ ବୋଲି ସିନା ମୁଁ

ଉପହାସର ପାତ୍ର

ମୋ ଭଳି ଲୋକଙ୍କୁ ହସାଇ

କୋଟି ଟଙ୍କା ରୋଜଗାର କରନ୍ତି

ଆଉ କିଛି ହାସ୍ୟ କଳାକାର ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract