ମୁଁ ଜନ୍ମ ଦିନ ପାଳେନା
ମୁଁ ଜନ୍ମ ଦିନ ପାଳେନା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମା'ର ଜଠରୁ ଜନମିଲି ଯେବେ
ମା; ମାଟି କୋଲେଇଲା ।
ଦୁଇ ମା ମୋର ଏ ସଂସାରେ ବଡ
ମୋ ଜୀବନ ଗଢି ଦେଲା ॥୦॥
ମାଆର କ୍ଷୀରେ ଥିଲା ଅମୃତର ଧାରା
ତାକୁ ପାନ କରି ବଡ ହେଲି ପରା ॥
ମାଆ ମାଟି କଲା ଶସ୍ୟ ଫଳ ଦାନ
ଖାଇ ସେ ଆନ୍ନକୁ ହେଲି ଚିର ଧନ୍ୟ ॥
ଭୁଲି ବିନି କେବେ ସେ ମାଆ ମମତା
ଜନ୍ମ ପରେ ଯେ ପାଳିଲା ॥୧॥
ଯେବେ ପଡେ ମୋର ଜନମ ଦିନ
ସେ ଖର୍ଚ୍ଚ ସବୁ ମୁଁ କରି ଦିଏ ଦାନ
ଏ ଦେଶ ଗରିବ କଲ୍ୟାଣ ପାଇଁ
ଖୁସି ହୁଏ ମନ ତାଙ୍କ ଖୁସି ପାଇଁ ।
ଗରିବ ଭିତରେ ଗରିବ ମୁଁ ଦୀନ
ଜନ୍ମ ଦିନ ନ ପାଳିଲା ॥୨॥