STORYMIRROR

Santosh Mishra

Tragedy Inspirational

2  

Santosh Mishra

Tragedy Inspirational

ମୁଁ ଜଳୁଛି ମରୁଛି

ମୁଁ ଜଳୁଛି ମରୁଛି

1 min
11

ଯୋ ଦିନ ମରିବି ସେ ଦିନ କାଳିଆ

ମୋ ଆଖିରେ ନଥିବ ଲୁହ,

ଯୋ ଦିନ ଜଳିବି ମଶାଣି ବେଦୀରେ

ମୋ ହୃଦୟେ ନଥିବ କୋହ,

ନିତି ମୁଁ ମରୁଛି ନିତି ମୁଁ ଜଳୁଛି

ରଖି ପାରେ ନାହିଁ ମୋ ଲୁହ କୋହ 

ମୁଁ ଜଳୁଛି ଜଳୁଛି ଜଳୁଛି

ମୁଁ ମରୁଛି ମରୁଛି ମରୁଛି ।(୦)


ଭାବିଥିଲି ତୋତେ ଡାକି ଦୁଃଖକୁ ଭୁଲିବି,

ତୋ ନାମରେ ସୁଖ ଶାନ୍ତି ସବୁ ପାଇ ଯିବି,

ସୁଖ ମୋର ମରୀଚିକା

ଦୁଃଖ ଏକା ଭାଗ୍ୟେ ଲେଖା

ମିଛ ସୁଖ ଖୋଜି ଖୋଜି ଦୁଃଖରେ ବୁଡିଛି

ଅନ୍ତର ରେ କାନ୍ଦି କାନ୍ଦି ଉପରେ ହସୁଛି,

ମୁଁ ଜଳୁଛି ଜଳୁଛି ଜଳୁଛି

ମୁଁ ମରୁଛି ମରୁଛି ମରୁଛି ।(୧)


ତୋତେ ଥରେ ଦେଖି ଦେଲେ ହସ ଫୁଟି ଯାଏ

ମାଗିବାକୁ ତୋତେ ସୁଖ ପୁରା ଭୁଲିଯାଏ,

ସୁଖ ମୋତେ ସ୍ବପ୍ନ ହେଲା

ଦୁଃଖରେ ଦିନ ବିତିଲା

ହାତ ପାତି ନିତି ତୋତେ ସୁଖ ମୁଁ ମଗୁଛି

ଭୋଗିବାକୁ ତୋର ସୁଖ ଏ ଆଖି ବୁଜୁଛି

ମୁଁ ଜଳୁଛି ଜଳୁଛି ଜଳୁଛି

ମୁଁ ମରୁଛି ମରୁଛି ମରୁଛି ।(୨)


Rate this content
Log in

Similar oriya poem from Tragedy