STORYMIRROR

SARADA NAYAK

Classics Inspirational

3  

SARADA NAYAK

Classics Inspirational

ମୁଁ ଇଂରେଜ

ମୁଁ ଇଂରେଜ

1 min
321

ମୁଁ 

ମୁଁ ଦେଖିନି ଗାନ୍ଧି,ନେହେରୁ

ଦେଖିନି ନେତାଜୀ କି ଗୋପବନ୍ଧୁ

ହେଲେ,

ମୁଁ ଦେଖିଛି ମୋ ଅଜା ଙ୍କୁ

ଆମ ଗାଁ ଗୁରିଆ ବୁଢ଼ା କୁ

ହେମା ଆଇ କୁ..........।

ଆଉ,..............

ଆଉ ତାଙ୍କ ଭିତରେ

ଦେଖିଛି ସଚ୍ଚୋଟତା କୁ

ନିର୍ଭୀକତା କୁ

ସରଳ ହୃଦୟ କୁ

ନିଷ୍ପାପ ମନ କୁ

ପୁଣି ଦେଖିଛି

ଜିତି ବି ହାରି ଯାଇ ଥିବା

ଆତ୍ମ ବିଶ୍ୱାସ କୁ।

ହେଲେ ଆଜି ଖୋଜି ପାଉନି,

ଇତିହାସ ର ପାଖୁଡ଼ା ଗୁଡ଼ିକୁ 

ମୁକୁଳା କରି-

ଶତ ଅନୁଶୀଳନ କଲା ପରେ ବି।

ପାଇନି ସଂଗ୍ରାମୀ ଟିଏ

ନିରବି ଯିବାର କାରଣ।

ପାଇନି ତାଙ୍କ ଆଖିରେ

ନିରାଶା ର କାରଣ।

ପାଇନି ଅଭିମାନ ର କାରଣ

ପାଇନି,

ସାରା ଅଞ୍ଚଳ ଟିକୁ

ହୁଲୁସ୍ତୁଲୁ କରୁଥିବା-

ଆଉ ଦିନେ ଫିରଙ୍ଗୀ ଶିବିର ରେ 

ନିଆଁ ଲେଗେଇ ଜେଲ୍ ଯାଇ ଥିବା

ନଟ ଅଜାର,

ନରମି ଯିବାର କାରଣ।

କିନ୍ତୁ ଦେଖିଛି

କେହି ଇଂରାଜୀ କହୁଥିବା ବେଳେ

ଅଜାଙ୍କ ର ବିରକ୍ତି ଭାବ।

ଦେଖିଛି

କାହା ପୁଅ ବିଦେଶ ରେ-

ଥିବା କଥା କହିଲେ

ଗୁରିଆ ବୁଢ଼ା ଆଖିରେ ଲୁହ।

ଦେଖିଛି

ଆଖି ଆଗରେ

ପାଶ୍ଚାତ୍ୟ ଢାଞ୍ଚାରେ ଗଢ଼ି ଉଠୁଥିବା

ସମାଜ କୁ ଦେଖି

ହେମା ଆଇ ର ସ୍ଥାଣୁତା।

ଦେଖିଛି

ତାଙ୍କ ଦାନ ଜମି ଉପରେ 

କ୍ଳବ୍ ଘର,

ଆଉ ଇଂରାଜୀ ମାଧ୍ୟମ ସ୍କୁଲ ହେବା ପରେ

ନଟ ଅଜାର ନୀରବତା।

ଦେଖିଛି

ଟିଭି ରେ ଧର୍ଷଣ,ଜାତି ବିବାଦ,ବିସ୍ଫୋରଣ ଆଦି

ଖବର ଶୁଣି,

ନୀର ଅଜା ଆଖିରେ-

ଜକେଇ ଆସୁଥିବା ଲୁହ।

ହେଲେ ଏ ସବୁ ପରେ

ଏ ସମସ୍ତଙ୍କ ଭିତରେ ଦେଖିଛି,

ଗୋଟିଏ ସମାନତା।

ସଂଗ୍ରାମୀ ଭତ୍ତା ଟିକିଏ ପାଇଁ-

ପ୍ରତି ମାସରେ, 

କା ଆଗେ ନେହୁରା ହେବା।

ପରିଶେଷରେ

ମୁଁ ପାଇଛି ନିଜକୁ।

କାହିଁକି ନା 

ତାଙ୍କ ଚିନ୍ତା ଧାରା ରେ

ଏକବିଂଶ ଶତାବ୍ଦୀ ର

ମିଛି ମିଛିକା ସ୍ବାଧୀନ ଭାରତ ରେ

ମୁଁ କାଳେ ଇଂରେଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics