STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ମୁଁ ଘର ଅଗଣାର ପରୀ

ମୁଁ ଘର ଅଗଣାର ପରୀ

1 min
198


ମୁଁ ଆମ ଘର ଅଗଣାର ପରୀ।

ସବୁଦିନ ଖେଳୁଥିଲି

ମାଟି କୁଣ୍ଡେଇ ଧରି।

ଦିନେ ଜିଦ୍ କଲି

ବାପା ଆଣିଦିଅ

ମୋ ପାଇଁ ବଲ

ଭାଇର ବଲ ପରି।

ବାପା ଆଣିଦେଲେ ନୂଆ ବଲ।

ବଲ ଧରି ବାହାରି ଗଲି ଘର ବାହାର।


ଖେଳୁ ଖେଳୁ ଚାଲିଗଲି ବହୁ ଦୂର।

ଦୂରରେ ସୁନ୍ଦରିଆ ନାନୀ ଟିଏ ଠିଆ ହୋଇ ଦେଖୁଥିଲା ମୋ ଖେଳ।

ଏତେ ସୁନ୍ଦରିଆ ଆଖି ଝଲସା ପୋଷାକ ତାଙ୍କର।

ପାଖକୁ ଯାଇ ପଚାରିଲି ତୁମେ କେଡ଼େ ସୁନ୍ଦର।

ତୁମକୁ କେବେ ଦେଖିନି ଆମ ଗାଁ ର।

ମୋ ସହ ଖେଳିବ।


ନାନୀ କାନ୍ଦିକି କହିଲେ

ମୁଁ ପରୀ ରାଇଜର ରାଣୀ।

ମୁଁ ବି ଥିଲି କାହା ଅଗଣାର ପରୀ।


କାଳ ବାପା,ମାଙ୍କ ଠୁ ନେଲା ଛଡେଇ ତା ପାଖେ।

ସବୁ ପୂର୍ଣ୍ଣିମାରେ ଏଇଠିକୁ ଆସେ ।

ପିଲାଦିନ,ବାପା, ମାଁ ସବୁ ମନେପକାଇ କାନ୍ଦେ।

ପୁଣି ଫେରିଯାଏ ମନ ଦୁଃଖେ।


ତୁମେ ଫେରିଯାଅ ଆସି ଯାଇଛ ବହୁତ ଦୂରେ।

ଘରେ ସମସ୍ତେ ବ୍ୟସ୍ତ ହେଉଥିବେ।


ଦୂରରୁ ବାପାଙ୍କ ଗାଡ଼ି ଦେଖି ମୁଁ କହିଲି ବଡ଼ ପାଟିରେ।

ନାଇଁ, ନାଇଁ ବ୍ୟସ୍ତ ହୁଅନି ତୁମେ।

ମୋ ବାପା ଆସିଲେଣି।

ମୁଁ ଚାଲିଯିବି ତାଙ୍କ ସାଥିରେ।

କାଲି ଆସିଲେ

ସାଙ୍ଗ ହୋଇ ଖେଳିବା ଦୁହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract