Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Tragedy Classics

4.0  

Amit Bal

Romance Tragedy Classics

ମୁଁ ଏମିତିକା ଫଗୁଣ

ମୁଁ ଏମିତିକା ଫଗୁଣ

1 min
212


ମୁଁ ଏମିତିକା ଫଗୁଣଟେ

       ଯାହାକୁ ମନଖୋଲି ହସିବା ମନା

ହୃଦୟେ ଅଜସ୍ର କୋହ

         ମନରେ ପୁଣି କେତେ ବେଦନା ,


ଜୀବନ ସପ୍ତରଙ୍ଗୀ ନୁହେଁ ମୋ ପାଇଁ

      ମଳୟ ବହେ ନାହିଁ ମୋ ମନ ଚାହିଁ 

 ଗୋଧୂଳି ଲାଗେନା ମୋତେ ନିଜର କେବେ

      ଜ୍ୟୋତ୍ସ୍ନା ବି ଉଏଁ ନାହିଁ ମୋ ଲାଗି ଏବେ ,


ଏକା ଚାଲେ ଆଜି ମୁଁ ଜୀବନ ପଥେ

      କିଏ ଜାଣେ ଏଠି ମୋ ଆୟୁଷ କେତେ ,


ମୋ ପରଶରେ ନାହିଁ ଆଉ

        ମହକିତ ମହ ମହ ପ୍ରୀତି ସୁବାସ

ନୀରବ କରିଦେଇଛି ମୋତେ

   ଗୋଟାପଣେ ସମୟ ଅଗ୍ନିର ପ୍ରଖର ଧାସ ....।

         


Rate this content
Log in

Similar oriya poem from Romance