ମୁଁ ଦୀନ ଦୁଃଖୀ ମୋ ଦୁଃଖ କିଏ ବୁଝିବ
ମୁଁ ଦୀନ ଦୁଃଖୀ ମୋ ଦୁଃଖ କିଏ ବୁଝିବ
ମୁଁ ଦୀନ ଦୁଃଖୀ ମୋ ଦୁଃଖ କିଏ ବୁଝିବ
ମୁଁ ନିରିମାଖି କିଏ ମୋ ସାହା ହୋଇବ
ଦୁଇ ଆଖିରେ ମୋ ଶ୍ରାବଣ ର ଧାରା
ଲୁହ କିଏ ପୋଛିବ
ମୋ ଦୁଃଖ କିଏ ବୁଝିବ ।
ଜାଣିଛି ତୁମେ ଅଳପେ ତୋଷ
ବାବା ହେ ଆଶୁତୋଷ
ମୋପରେ କିଆଁ ରୋଷ
ତୁମ ସେବାରେ କଲି କି ତୃଟି
କୁହ ହେ ଶମ୍ଭୁରୀଶ
ଲୁଟି ନିଅ ମୋ ହସ
ଭକତ ବତ୍ସଳ ଭକତ ଝୁରିଲେ
ବାବା କି ଲାଭ ହେବ
କି ଲାଭ ହେବ
ମୋ ଦୁଃଖ କିଏ ବୁଝିବ ।
ଶ୍ରାବଣ ମାସେ ତୁମ ପାଖକୁ
ଯାଏ ମୁଁ ବାବା ଧାଇଁ
ତୁମ ଆଶିଷ ପାଇଁ
କାଉଡି ନେଇ ତୁମକୁ ଧ୍ଯାଇ
କରେ ଶ୍ରାବଣୀ ବ୍ରତ
ନିର୍ମଳ କରି ଚିତ୍ତ
ଦୁଃଖ ଦରିଆରୁ କର ହେ ଉଦ୍ଧାର
ବାବା ହେ ସଦାଶିବ
ହେ ସଦାଶିବ
ମୋ ଦୁଃଖ କିଏ ବୁଝିବ ।
