ମୁଖା
ମୁଖା
ମୁଖା
ପ୍ରତିଟି ଚେହେରାରେ
ଅପ୍ରାକୃତିକ ପ୍ରଲେପ ,
ପରଜୀବୀ ପ୍ରେତ ଏଠି
ଖେଳୁଥାଏ ଲୁଚକାଳି ଛଳନାର
ମିଥ୍ୟା ଆଉ ଅସତ୍ୟର !
ନିରୀହ ଆଖିରେ ଶକୁନି ର ଚାହାଣୀ,
ମାହିର ଏଠି ସବୁ ବ୍ୟସ୍ତ କଳାକାର
ଜୋକର ଓଠେ ମିଛ ହସ ର ପ୍ରଚାର
ଝାପ୍ସା ଝାପ୍ସା ଦିଶେ କାହିଁ ଦିନ ଦ୍ଵିପହର
ରାତିଟା ଝଲମଲ ସହର
କାଳେ କେହି ଲୁଚିଛପି କରୁନି ତ ଶିକାର
ଆଜି କଂକ୍ରିଟ ଜଙ୍ଗଲରେ ମଣିଷ,
"ମୁଁ ଭଲ ପାଏ ତୁମକୁ "
ମୁଁ ହେଲି ତୁମର,
ପ୍ରଶ୍ନ ଏଠି ତୁମକୁ ମୋର:
"ତୁମେ ପାରିଛ କି ମୋତେ କରି ନିଜର ??
ଭୟଭୀତ ମୁଁ
ଷଢ଼ଯନ୍ତ୍ରର ପ୍ରତିଧ୍ଵନି ଶୁଣେ ପାଦେ ପାଦେ
ଆଭାସ ପାଏ ବୁଢିଆଣୀଙ୍କ ମାୟାଜାଲର,
ଚକ୍ରବ୍ୟୁହରେ ନିରୀହ ଅଭିମନ୍ୟୁ ଫସେ,
ପ୍ରସ୍ତୁତ ଥାଏ ନକ୍ସା ମୃତ୍ୟୁର,
ଅଜଣା ଥାଏ ରହସ୍ୟ ଏ ମୁଖାର !
ମଣିଷ ହି ପାଳୁଥାଏ ପଶୁଟିଏ ଦେହରେ,
ବଢୁଥାଏ ସେ ଶ୍ରଦ୍ଧାରେ,
ଭଲପାଇବା ର ଆହାର ରେ,
କାହିଁକି କେଜାଣି ପଶୁଟା ବାହାରି ଆସି,
ପିନ୍ଧିଇ ପକାଏ ତା ମୁଖା
ଏ ମୋ ନଗ୍ନ ଆଖି
ସରଳତା ଦେଖିପାରେ
ମଣିଷ ପଣିଆ ବାରିପାରେ,
ଦିଅ ନା
ଯନ୍ତ୍ରଟିଏ
ଦେଖନ୍ତି
ମୁଖା ପିନ୍ଧା ମଣିଷର ଅସଲ ଚେହରା,
ଆଉ ପଶୁ ପରି ହ୍ରିଂସୁକ ହେବାର କାରଣ ,
ଚିହ୍ନନ୍ତି ରାକ୍ଷସର ଗୁଣ,
ଶିଖନ୍ତି ଛେଳି କଟାଳି ଠୁ ,
ଛାଲ ଉତାରି ଆଣିବାର କଳା,
ମୁଁ ବି ସାଜନ୍ତି ରକ୍ତମୁଖା !!
