STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ମୁଦ୍ରିତ ମିଳନ

ମୁଦ୍ରିତ ମିଳନ

1 min
542


ନିଶା ଗରଜନେ ମଧ୍ୟମ ପ୍ରହରେ

ଘୁଙ୍ଗୁର ଶୁଭିଲା ମୋ ଅଗଣା ରେ

ଭୟାତୁର ହୋଇ ନଜର ଫିଙ୍ଗିଲି

ନୀରବ ରଜନୀ ର ବାହୁ ବନ୍ଧନେ...


ଜାବୁଡି ଧରିଲି ନାନାବାୟା ଶଙ୍କା

କେ କିଏ କାହିଁକି ଏ ପ୍ରହର ରେ

ନିଦ୍ରା -ନିଶାଚର-ଚୋର କି ତସ୍କର

ଅବା ପ୍ରିୟତମ ପ୍ରିତି ଆଶା ରେ...


ବହଳ ବହଳ ଅନ୍ଧକାର ଧରି

ବୋଳିଦେଲି ଯେବେ ତା ଅଙ୍ଗ ପରେ

ଚନ୍ଦନ ତୁଳସୀ ମହକି ଉଠିଲା

ମୃଦୁ ବାଆ ନେତ୍ର ତା ଇଙ୍ଗିତ ରେ...


ମହକି ଉଠିଲା ବିନିଦ୍ର ରଜନୀ

ଭାଙ୍ଗି ଦେଇ ସବୁ ଶିକ୍ତ ସରମ

ପାଖୁଡା ଅଳସେ ପ୍ରଜାପତି ଡେଣା

ଆହୁରି ଆହୁରି ହେଲା ଗରମ...


ଟାଙ୍କୁରି ଉଠିଲା ଲୋମ ମୂଳ ପ୍ରିତି

ଯଉବନ ହେଲା ଯାଗ୍ରତ

ପ୍ରତିକ୍ଷା ର ଅନ୍ତେ ପରିସୀମା ଡେଇଁ

ଆବେଗ ମୋ ହେଲା ଶିକୁଳି ମୁକ୍ତ...


ଗରମ ନିଃଶ୍ଵାସେ ଲତପତ ହୋଇ

ତରଳି ଗଲା ଏ ଦେହ

ନିର୍ଲଜଟେ ପରି ଆତ୍ମା ମିଶିଗଲା

ଫିଙ୍ଗି ଦେଇ ସବୁ ମୋହ...


ନିରବତା ଭରା ହୃଦୟ ବଖରା

ଗୁଞ୍ଜରଣ କଲା ତୁମ ସ୍ପର୍ଶ

ମୋକ୍ଷ ପାଇଗଲା ଅଘୋରୀ ପ୍ରାଣ ଟା

ଧାଇଁ ବୁଲୁଥିଲା କେତେ ଧାମ...


ଅଣଚାଶ ନିଦ୍ରା ଋଷି ବସିଥିଲା

ତୁମ ସେ ଫେରିବା ବାଟ କୁ ଚାହିଁ

ରାତି ବୁଡିଗଲା ନିଗୋଢ ପ୍ରେମରେ

ଅନ୍ଧକାର ନିଶା ପିଇ ଦେଇ...


ନିର୍ଜନ ନିଶି ଟା ବାରମ୍ବାର ଆସି

ଚୁମ୍ବନରେ ଦିଏ ବକ୍ଷ ଭିଜେଇ

ମୁଦ୍ରିତ କରୁଛି ସେ ମିଳନ ପର୍ବ

ଅଇଣ୍ଠା ମନର ଫାଟକ ଦେଇ...


ନିଃଶବ୍ଦ ମିଳନ ମୁଦିଲା ନୟନ

ଅନ୍ତସତ୍ତ୍ୱା ସବୁ ଭାବାବେଗ

ଆନମନା ଥିଲା ମନ ବୈତରଣୀ

ତୁମ ପ୍ରେମ ଦେଲା ଶେଷ ଦିଗ...


ତୁଟିଗଲା ସବୁ କ୍ଳେଶ ଏ ପ୍ରାଣ ରୁ

ରଙ୍ଗ ଭରିଦେଲା ସଙ୍ଗ ତୋର

ଅର୍ଦ୍ଧ ନିର୍ମିତ ଏ ସମ୍ପର୍କର ସେତୁ

ଜୀବନ୍ୟାସେ ହେଲା ଉପସଂହାର ...


Rate this content
Log in

Similar oriya poem from Romance