STORYMIRROR

Er Subhransu Kumar Behera

Fantasy

4  

Er Subhransu Kumar Behera

Fantasy

" ମରୁଭୂମି "

" ମରୁଭୂମି "

1 min
278

ଚାଲିଛି ଶୀତଳ ଜଳର ସନ୍ଧାନେ

ଗାଢ଼ ଗୋଲାପ ବିଳାପ ଏ ମନେ

ସହି ପଛେ ବୈଶାଖ ବିଷାଦ

ହୁଏ ପଛେ ତୃଷିତ ପଥିକ

ନିଷ୍ଠାପର ସାଧନାର ପ୍ରତିଶ୍ରୁତିବଦ୍ଧତା

ଅବିରତ ଉତ୍ସାହିତ କରୁଥାଏ ,

ନିଶ୍ଚେ ପହଞ୍ଚିବ ଗୋଲାପର ବନେ ।


ଭେଟେ ଅନେକ ମଣିଷ ବାଟରେ

ସବୁ ବ୍ୟସ୍ତ ଆଉ ବିବ୍ରତ ନିଜର କର୍ମରେ 

ଯଦି କେହି ଆକସ୍ମିକ ପଚାରନ୍ତି

ଲକ୍ଷ୍ୟ ତୁମ କେଉଁ ଦିଗେ

ହସି ଦେଇ କେ କୁହନ୍ତି ମାଡ଼ି ଚାଲ

ଆଉ କେହି ସାଜନ୍ତି ଅଚିହ୍ନା

ଆଖିର ଚାହାଣି ଭରା ଦୃଷ୍ଟ ରହସ୍ଯରେ ।


ପାଦ ଫୁଟୁଥାଏ ତପ୍ତ ବାଲୁକା ଶାପରେ 

ଶରୀର ଅଶାନ୍ତ ହୁଏ ପ୍ରବଳ ଗ୍ରୀଷ୍ମରେ ,

ହେଲେ ଛୋଟ ମନଟା ଅଜାଣତେ

ଗୋଲାପର ପ୍ରମୂର୍ତ ଆଶାରେ

ଢେର ବଡ଼ ହୁଏ ସହି ନିପୀଡନ

ଶ୍ଵାସ ନେଇ ସୂର୍ଯ୍ୟ ମୁହାଁ ଚାଲିଥାଏ

ସରସ ହୃଦୟ ଶିହରୁଥାଏ କାରୁଣ୍ଯରେ ।


ତପ୍ତ ବାଲୁକାର ଝଡ‌ ସ୍ପର୍ଶ କରି ଚାଲିଯାଏ

କେତେ ପଥ ଆଉ ଭାବି ବେହାଲ ହେଉଥାଏ ,

ବିଶ୍ଵସ୍ତ ସେ ସମୟର ଫରୁଆରେ

ଭେଟିଲି ଅଜସ୍ର ପଥ ଅତିକ୍ରମ ପରେ

ଅଜଞ୍ଜାଳ ପାଖୁଡ଼ାରେ ନିଛାଟିଆ

ଏକା ଏକା ହସୁଥିବା ମରୁ ଗୋଲାପଟେ

ଅଦୃଶ୍ୟ ପରିଧି ବ୍ଯାପ୍ତ ସାଗର କୂଳରେ ।


 





Rate this content
Log in

Similar oriya poem from Fantasy