STORYMIRROR

Alekha Pasad Moharana

Thriller

3  

Alekha Pasad Moharana

Thriller

ମୃତ୍ୟୁ

ମୃତ୍ୟୁ

1 min
182

.

 ପ୍ରଶାନ୍ତ କୋମଳ ସ୍ନିଗ୍ଧ ସୁଶୀତଳ

 ଚିରନ୍ତନ ସତ୍ୟ ଭବେ

 ମରତ ମଣ୍ଡଳେ ଜନମ ଲଭିଲେ

 ଦେବ ନର ପ୍ରାଣୀ ଭୋଗେ ।(୧)

 ମର୍ଯ୍ୟଦା ଅମାପ ଆଧିପତ୍ୟ ଧାପ

 ଭୀତତ୍ରସ୍ତ ହୁଏ ପ୍ରାଣୀ

 ଚିନ୍ତାଗ୍ରସ୍ତ ମୋହ ଲୋଭ ମାୟା ଦ୍ରୋହ

 ଅନ୍ତରେ ସୃଜେ ଭାଲେଣି ।(୨)

 ଅଦୃଶ୍ୟ ଅତନ୍ଦ୍ର ଶୌର୍ଯ୍ୟଦୀପ୍ତ କେନ୍ଦ୍ର

 ଅକସ୍ମାତ ଅଭ୍ୟୁଦୟ

 ଜୀବନ କାବ୍ୟର ଶେଷ ପୂର୍ଣ୍ଣଛେଦ

 ଆଶା ଆଶଙ୍କାରେ କ୍ଷୟ ।(୩)

 ଦୀର୍ଘ ବିଶ୍ରାନ୍ତିର ଯୋଗ୍ୟ ପାଂଥଶାଳା

ପାଂଥ ପାଇଁ ସର୍ବ କାଳେ

ଆତ୍ମା ପରମାତ୍ମା ସଂଯୋଗର ସ୍ଥଳ

 ପୁଣ୍ୟ ମହୋଦଧି କୁଳେ ।(୪)

ପୁଣ୍ୟ ଆତ୍ମାଙ୍କର ମୋକ୍ଷ ପ୍ରାପ୍ତି ମାର୍ଗ

ପାପୀ ପାଇଁ କ୍ଳେଶ ସିନ୍ଧୁ

 କୁକର୍ମେ ସୁକର୍ମେ ଫଳ ପ୍ରାପ୍ତି ଦାତା

 ଅମର ଆତ୍ମାର ବନ୍ଧୁ ।(୫)

 ଶ୍ରେଷ୍ଟ କବିଙ୍କର କରୁଣା କବିତା

 ଦୋହଲାଇ ଦିଏ ଛାତି

 ଦୁଃଖ ଯନ୍ତ୍ରଣାର ଅସରା କାହାଣୀ

 ତନୁ ମନେ ସୃଜେ ଭୀତି ।(୬)

ଶୁନ୍ୟୁ ଆସିଥିବା ଅପଢ଼ା ଚିଟାଉ

ବିଦାୟ ନେବାକୁ ଭବୁ

ସତ୍ୟର ପଥ ତ୍ରୁଟି ସଂଶୋଧନେ

 ଜୀବନକୁ କରେ କାବୁ ।,(୭)

ଶୈଶବ ବାଳୁତ ଯଉବନ ପ୍ରୋଢ଼

 ବୃଦ୍ଧ ବାଚ୍ଛେ ନାହିଁ କେବେ

 ସମୟ ଆଗମେ ବିଧାନର କ୍ରମେ

କାଳ ଫାଶେ ବାନ୍ଧେ ସେବେ।(୮)

ସଭିଏଁ ସମାନ କରେନି ଚୟନ

ସଦା କଦା ଲବେ ମାତ୍ର

ଚିର ଶାଶ୍ୱତ ଅନିତ୍ୟ ମୁରୁତ

ମୃତ୍ୟୁ ନାମେ ବିଶ୍ୱେ ଖ୍ୟାତ ।(୯)


এই বিষয়বস্তু রেট
প্রবেশ করুন

Similar oriya poem from Thriller