STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ମୃତ୍ୟୁ ର କୋଳରେ

ମୃତ୍ୟୁ ର କୋଳରେ

1 min
183


ମୃତ୍ୟୁ କୋଳରେ ବସି ବିଶ୍ଵ ହତବାକ୍ ପରା

କେତେ ମୂଲ୍ୟବାନ ପ୍ରାଣ ବିଦାୟ ନେଉଛି ଦେଖ

ସମୟ କେଡେ ନିଷ୍ଠୁର ଅସହାୟ ଅବା ଧରା

ମୃତ୍ୟୁ ଦେବତା ହେ କୁହ କେତେ ଆଉ ଦେବ ଦୁଃଖ ।।


ମୃତ୍ୟୁ ଅଟେ ଚିର ସତ୍ୟ  ସମୟ ତ ବଳବାନ

ଅଦିନେ ମରଣ ଯେବେ  ସମୟ ନିଃଷ୍ପ୍ରୟୋଜନ ।।


କେଉଁ ଅପଦେବତାର କୋପଦୃଷ୍ଟି କି ପଡ଼ିଛି

ଅହରହ ଜୁଇ ଜଳେ ମରମ ଯାଉଛି ଭେଦି

ତା ବହ୍ନି କୋଳରେ ବସି ଜୀବ ଛଟପଟଉଛି

କାହିଁ ଅଛ ବିଶ୍ଵପିତା ପାରୁନ କି ତୁମେ ଦେଖି ।।


ଅପଦେବତା ନିକଟେ ହାରିଗଲ କିବା କୁହ

ତୁମ ନିରାଜନା ମନୁ ତୁଟାଉଛି ତୁମ ମୋହ ।।


ମଣିଷ ଜୁଇର ଧୂମ୍ର କୁଣ୍ଡଳି ଭୂମିରୁ ଭୂମା

ଆଚ୍ଛାଦିତ କରି ପଥ ଆଗକୁ ଦିଶେ ଅନ୍ଧାର

ମରଣ କରାଳ ଛାୟା ବୁଦ୍ଧି ହୋଇଯାଏ ବାମ

ଦେଖିପାରୁନାହଁ ଅବା ମହାପ୍ରଭୁ ପରାତ୍ପର ।।


ସୂର୍ଯ୍ୟ ଚନ୍ଦ୍ର ତାରା ଜ୍ୟୋତି ଆଲୋକିତ କରେ ଧରା

“କାହିଁ ସୌର୍ଯ୍ୟ ବୀର୍ଯ୍ୟ”ମୃତ୍ୟୁ ଅନ୍ଧାରେ” ଧରିତ୍ରୀ ସାରା ।।

 

ତୁମରି ଆଜ୍ଞାରେ ସର୍ବେ ଅଗ୍ନି ପବନ ବିଚରେ

ତୁମରି ଆଜ୍ଞାରେ ପରା ଜୀବ ଜଗତ ବିରଞ୍ଚି

ସରଜନା କଲେ ଯେବେ ଅଦିନେ ମରଣ କୋଳେ

ଏ କେଉଁ ଅପଦେବତା ନେଉଅଛି କୁହ ଡାକି ।।


ପିତା ମାତା ପରିଜନ  ହୃଦୟୁ ସେନେହ ପ୍ରେମ

ଦୂର ହୋଇଯାଏ ମୃତ୍ୟୁ ଡର କରିଛି ଆଚ୍ଛନ୍ନ ।।


ଆହା କି ସୁନ୍ଦର ତୁମ ଏହି ବିଶାଳ ସଂସାର

ପ୍ରଭୁ ତୁମରି ମହିମା ଅଟେ ଅନନ୍ତ ଅପାର

ନାରଖାର କରି ଜୀବେ ମରଣ କରୁଛି କୋଳ

ଚକା ନେତ୍ର ଢାଳିବାରେ ୟେ ଦୁଃଖରୁ କର ପାର ।।


ସତେକି ପ୍ରଳୟ ଆସେ ଏହିକି ତୁମରି ଇଚ୍ଛା

ସର୍ବମୟ କର୍ତ୍ତା ତେବେ ପୁରୁ ତବ ମନ ବାଞ୍ଛା ।।



Rate this content
Log in

Similar oriya poem from Tragedy