"ମୃତ୍ଯୁ"
"ମୃତ୍ଯୁ"
ଅନ୍ତିମ ନିଦ୍ରାର ରୂପ ଏକ ମୃତ୍ଯୁ
ନିର୍ବାପିତ ଦୀପ ଶିଖା ।
ସିଏତ ନିରବ ସମୟ ନିର୍ଘଣ୍ଟ
ଜୀବନର ଜବନିକା ॥୦॥
ମୃତ୍ଯୁ ସେତ ଏକ ବିଷାଦ ବାହକ
ଅବସାଦ ଦିଏ ଭରି ।
ଭେଟି ଦିଏ ସିଏ ଶୋକ ସ୍ବାଛ କେତେ
ଯନ୍ତ୍ରଣା ଅସୁମାରୀ ॥୧॥
ଲୋଟିନିଏ ସିଏ ସଧବା ସଂତକ
କା'ରେ କରେ ମାତୃହରା ।
ପୁତ୍ର କନ୍ଯା କା'ର କୋଳରୁ ଛଡାଏ
କା'କୁ କରେ ପିତୃହରା ॥୨॥
ମୃତ୍ଯୁ ହାତେ ଖାଲି ଅଶାନ୍ତି-ଦହନ
ଦୁଃଖ ଆଉ ଦାବାନଳ ।
କାହା ଜୀବବନରେ ନିମିଷକ ହସ
କା' ସ୍ତ୍ରୀ ର ପୋଡେ କପାଳ ॥୩॥
ମୃତ୍ଯୁ ତୁମେ ଆସ ପାଦ ଚିପି ଚିପି
ହାତେଧରି ଫୁଲ ହାର ।
ପିନ୍ଧିବା ପରେ ସେ ମୂକ୍ତି ପାଇ ଯାଇ
କରେ ଶ୍ମଶାନ ଭୂଇଁରେ ଘର ॥୪॥
ମୃତ୍ଯୁ ଡରେ ବାଜେ ମନ୍ଦିର ଭିତରେ
ଶୁଭ ଘଣ୍ଟା ଆରତୀର ।
ତୁମେତ ଅଶୁଭ ଯାହା ଦେଇଥାଅ
କାଳହୁଏ ମଣିଷର ॥୫॥
ତୁମ ଡରେ କିଏ ଆଶ୍ରିତ ହୁଏ
ବିଭୂଙ୍କ ପଦାରବିନ୍ଦେ ।
ତୁମେ ନେଇଯାଅ ଯାହାକୁ ଚାହିଁବ
ତୁମର ସମୟ ଫାନ୍ଦେ ॥୬॥
ମୃତ୍ଯୁ ତୁମକୁ ଡରି କେଉଁ ଲାଭ
ମୃତ୍ଯୁ ସତ୍ଯ ଚିରନ୍ତନ ।
ତୁମେତ ନ ଥିଲେ ଜନମ ଲଭିବା
ସଂସାରେ ଅକାରଣ ॥୭॥
ଜନ୍ମ ଥିଲେ ମୃତ୍ଯୁ ଅବଶ୍ଯମ୍ଭାବୀ
ସୃଷ୍ଟିରେ ବିଲୟ ସତ୍ଯ ।
ମୃତ୍ଯୁ ଦୁଃଖଦ ଯନ୍ତ୍ରଣାରୁ ମୁକ୍ତି
ନିର୍ବାଣ ମୂକ୍ତିର ପଥ ॥୮॥
ମୃତ୍ଯୁ ତମେ ଆସ କେତେ ରୂପ ନେଇ
କାହା ଜୀବନର କାଳ ।
ତୁମକୁ ସାଦର ନିମନ୍ତ୍ରଣ କରେ କେ
ହରାଇ ଆତ୍ମ ବଳ ।୯।
ତୁମେ ଆସିଥାଅ ଅଦିନ ଅବେଳେ
ହାତେ ଧଳି କାଳ ଫାଶ ।
ସୁଖର ସଂସାର ଛାରଖାର କର
କର ତାର ସର୍ବନାଶ ।।୧୦॥