Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Inspirational Others

3  

Chittaranjan Nanda

Fantasy Inspirational Others

ବିପ୍ଳବୀର ମନ ଓ ଧ୍ୟାନ

ବିପ୍ଳବୀର ମନ ଓ ଧ୍ୟାନ

1 min
168



ଆଜି ନାହିଁ କାମଧାମ, ବଞ୍ଚିବା ପାଇଁ 

ହୃଦୟରେ ବହୁ ଶଙ୍କା ବଢୁ ତ ଅଛଇ ।


କେବଳ ଅଛି ଉଦରରେ ଭିଜା କନା

ପାଆନ୍ତିନି ଦୁଇ ଓଳି ପେଟକୁ ଦାନା ।


ଆଜି ମଣିଷ ମାନବିକତା ରେ ଶୂନ୍ୟ

ପକେଟଟି ଖାଲି ଗରବେ ଫୁଲେ ମନ ।


ଘୁରି ବୁଲୁଛି ଆଖି ଏଠାରେ ସେଠାରେ,

କାଳେ ମିଳି ଯିବ କିଛି କିଛି ମାଗଣାରେ ।


ଦୁଇମୁଠା ଭାତ ନାହିଁ, ଲୋକଙ୍କ ଦୁର୍ଦ୍ଦିନ

ବାକି ରହିଗଲା ବିପ୍ଳବୀର ମନ ଓ ଧ୍ୟାନ ।


ମନେ ରହେ ଦିନେ ଦେଖିବେ ପୁଂଜିର ଶାନ

ଦେଖିବାକୁ ଆଗକୁ କଣ ଲୋକଙ୍କ ଜୀବନ ।


Rate this content
Log in