STORYMIRROR

Aishwarya Mishra

Tragedy

3  

Aishwarya Mishra

Tragedy

ମୃତପିତୃତ୍ବ

ମୃତପିତୃତ୍ବ

1 min
16


ଧନ୍ୟ ହେ ପିତା ତୁମେ

ଧନ୍ୟ ତୁମ ପିତୃତ୍ବ

ତୁମ ପରି ପିତା ପାଇ 

ନିଜକୁ ମୁଁ ମନେ କରେ ଧନ୍ୟ


ମୁଁ ଦେଖି ଆସିଛି

ମାଆ କୋଳରୁ ତୁମ ଅତ୍ୟାଚାର 

ମୁଁ ଶୁଣିଆସିଛି

ତୁମ ଅଶ୍ରାବ୍ୟ ଭାଷାର ସମ୍ଭାର 

ମୁଁ ସହି ଆସିଛି

ତୁମ କ୍ରୁର ହାତର ପ୍ରହାର


କେବଳ ତୁମେ ନୁହେଁ

ତୁମ ସହ ସାମିଲ୍ ଥିବା ,

ନାମକୁ ମାତ୍ର ଏକ

ପରିବାର ବୋଲାଉଥିବା ଅନେକ ଲୋକଙ୍କ

ନିର୍ଯ୍ୟାତନାର ଅସହ୍ୟ ଭଣ୍ଡାର 


ତୁମର ତ ମନେ ନ ଥିବ

କିନ୍ତୁ ମୁଁ ଭୁଲିନି ;

ଡାକ୍ତରଖାନା ଯିବା ଭୟରେ

ତୁମେ ହିଁ କହିଥିଲ

ମୋତେ କାଟିକି ଫିଙ୍ଗି ଦେବା ପାଇଁ 

ସେଦିନ ତୁମର ବିକଟାଳ ରୂପ ଦେଖି

କେବଳ ମାଆ ନୁହେଁ

ମୁଁ ମଧ୍ୟ ଡରି ଯାଇଥିଲି


ଦୁନିଁଆ ଠାରୁ ତ ଆତ୍ମୀୟତା

ଆଶା କରି ନ ଥିଲି

କିନ୍ତୁ ଯେବେ ତୁମେ ହିଁ 

ଆପଣେଇ ନ ଥିଲ , 

ଆପଣେଇ ପାରିବନି ବୋଲି 

ଦୃଢ ଚିତ୍ତରେ ସ୍ଵୀକାର ମଧ୍ୟ କରିଥିଲ

ସେତେବେଳେ ଦୁଃଖ ତ ଲାଗିଥିଲା


ମୋ ଜନ୍ମ ପରେ

ଅନେକ ମିଛ ବାହାନା କରି

ମୋତେ ଦେଖିବାକୁ ବି 

ସମୟ ବାହାର କରିପାରି ନ ଥିଲ


ଆଉ ଦେଖିବାକୁ ଆସି ନିଜ

ପରିଚୟ ଦେବାକୁ କୁଣ୍ଠାବୋଧ କରିଥିଲ


ମୁଁ ତୁମ ଝିଅ ବୋଲି,

କିଏ ଜାଣିଦେବା ଭୟରେ

ନିଜ ବ୍ୟାଗରେ ଧରି ବୁଲୁଥିବା

ପରିଚୟ ପତ୍ର ମଧ୍ୟ ଦେଇ ନ ଥିଲ


ମୋ ମାଆ ତୁମ ଘରକୁ ଆସିଯିବା ଭୟରେ

ଲୁଚି ଲୁଚି ନିଜ ଘର ଠିକଣା ବଦଳାଇ ଦେଲ

ମିଛ ପରେ ମିଛ କହି କହି ଚାଲିଲ


ସେହିଦିନଠାରୁ ତୁମେ ମୃତ ମୋ ପାଇଁ ;

ମୃତ ତୁମ ପିତୃତ୍ବ

ଶତ ଧୀକ୍କାର ତୁମ ପୁରୁଷ ପଣିଆକୁ 

ଧୀକ୍ ତୁମ ପୁରୁଷତ୍ଵ


Rate this content
Log in

Similar oriya poem from Tragedy