STORYMIRROR

Balaram Barik

Tragedy

3  

Balaram Barik

Tragedy

ମରୀଚିକା

ମରୀଚିକା

1 min
164

ମୁଁ ଯେ ମୁକ୍ତା ଭାବି ସାଉଁଟିଲି ତୋତେ

ଖାଲି ଶାମୁକାଟେ ତୁ ଥିଲୁ।

ମୁଁ ଯେ ଫୁଲ ଭାବି ତୋଳିନେଲି ତୋତେ

କଣ୍ଟାବୋଳା ସ୍ମୃତିଟିଏ ଥିଲୁ।


ମୁଁ ଯେ ଜୋଛନା ଭାବି ହଜିଗଲି ତୋ ଦେହେ

କୁହୁଳା ବହ୍ନିଟିଏ ତୁ ଥିଲୁ।

ମୁଁ ଯେ ନିଦ ଭାବି ଶୋଇଗଲି ତୋ କୋଳେ

ତୁ ତ ମରଣର ଶଯ୍ୟା ଥିଲୁ।


ମୁଁ ଯେ ନିଡ଼ଭାବି ଆଶା ବାନ୍ଧିଲି ତୋ ହୃଦେ

ତୁ ମୋତେ ଧରାଶାୟୀ କଲୁ।

ମୁଁ ଯେ ନଦୀ ଭାବି ତୋ କୂଳକୁ ଚାଲିଗଲି

ତୁ ତ ଶୁଖିଲା ବାଲି ହିଁ ଥିଲୁ ।


ମୁଁ ଯେ ଅମୃତ ଭାବି ତୋତେ ଓଠେ ଲଗାଇଲି

ବିଷ ବୃକ୍ଷଟିଏ ପ୍ରମାଣିତ ହେଲୁ।

ମୁଁ ଯେ ଆଲୋକର ପଥ ତୋତେ ଭାବିଥିଲି।

ହେଲେ ଅମା ଅନ୍ଧକାର ତୁ ଥିଲୁ।


ମୁଁ ଯେ ସତ ଭାବି ଭଲ ପାଇଗଲି ତୋତେ 

କେବେଳ ମିଛ ମରୀଚିକା ତୁ ଥିଲୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy