Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ମୋର ପ୍ରେୟସୀ

ମୋର ପ୍ରେୟସୀ

1 min
465



ଶୁଖିଲା ନଈରେ ଭରିଲ ପାଣି.......ମୋର ପ୍ରେୟସୀ

ଚହଲା ମନକୁ ଆଣିଲ ଟାଣି.......ମୋର ପ୍ରେୟସୀ

........ଶୁଖିଲା ନଈରେ ଭରିଲ ପାଣି

               .......ମୋର ପ୍ରେୟସୀ ! ୦ !


କଥାର କଦମ୍ବ ଫୁଟାଇ ଦେଲ.......ମୋର ପ୍ରେୟସୀ

ଆଶାର ଗମ୍ବୁଜେ ରହିଲ ଭଲ.......ମୋର ପ୍ରେୟସୀ

ଆଖିରେ ଚମକ ସାଜିଲ ମଣି.......ମୋର ପ୍ରେୟସୀ

........ଶୁଖିଲା ନଈରେ ଭରିଲ ପାଣି

               .......ମୋର ପ୍ରେୟସୀ ! ୧ !


ଦରଦ ସାଥିରେ ଯାଇଚ ମିଶି.......ମୋର ପ୍ରେୟସୀ

ବହଳ ସୁଖକୁ ଦେଇଚ ହସି.......ମୋର ପ୍ରେୟସୀ

ସବୁଠୁ ନିଜର ପାରିଚି ଜାଣି.......ମୋର ପ୍ରେୟସୀ

........ଶୁଖିଲା ନଈରେ ଭରିଲ ପାଣି

               .......ମୋର ପ୍ରେୟସୀ ! ୨ !


ଦୁନିଆ ଦେଖିବ ଆମରି ରୀତି.......ମୋର ପ୍ରେୟସୀ

କହିବ ବଢ଼ିଆ ଆମରି ପ୍ରୀତି.......ମୋର ପ୍ରେୟସୀ

ସୁଆଗ ରାଜାକୁ ସୁଆଗୀ ରାଣୀ.......ମୋର ପ୍ରେୟସୀ

........ଶୁଖିଲା ନଈରେ ଭରିଲ ପାଣି

               .......ମୋର ପ୍ରେୟସୀ ! ୩ !


**************************************

 ରଚନା କାଳ: ତା.୧୫-୮-୨୦୨୦, ରାତ୍ର- ୭ଘ.୨୫ମି.

**************************************


Rate this content
Log in

Similar oriya poem from Romance