STORYMIRROR

Prasanta Kumar Behera

Fantasy

4  

Prasanta Kumar Behera

Fantasy

ମୋହିନୀକନ୍ୟା

ମୋହିନୀକନ୍ୟା

1 min
445


ପଦ୍ମ ଫୁଲେ କଳା ଭଅଁର ପରି

ତମ ମୁଖ ଅରବିନ୍ଦେ ଚୁର୍ଣ୍ଣ କୁନ୍ତଳ

ରମ୍ଭା ଉର୍ବଶୀଙ୍କ ଅଳଙ୍କାର ପରି

ତମ କର୍ଣ୍ଣରେ ଝୁଲୁଛି ସୁନାର ଫୁଲ

ପାହାଡ଼ୁ ଝରିବା ଝରଣା ପରି

ତମ ହୀରକ ଗ୍ରୀବାରେ କଳା ନିର୍ଝର

ଗଗନ ଯେପରି ତାରା ହାର ପିନ୍ଧେ

ତମ ବକ୍ଷେ ଝୁଲୁଅଛି ମୁକୁତା ହାର

ତମ ଭ୍ରୂଲତାର କଜ୍ଜ୍ୱଳ ଶୋଭା

ବିମ୍ବ ଓ଼ଷ୍ଠ ଠାରୁ ମନମୋହକ

ତମ କୃଷ୍ଣ କେଶ ମହୁଆ ନିଶା

କଳାମେଘ ଠାରୁ ହୃଦରଂଜକ ll


Rate this content
Log in

Similar oriya poem from Fantasy