ମୋହିନୀ ଏକାଦଶୀ
ମୋହିନୀ ଏକାଦଶୀ


ସୁଖ ଶାନ୍ତି ଦୟା କ୍ଷମା ଶରଧା ସ୍ନେହ
ଭାବ ଅଭାବର ସାଥି ହେ କଳା ମୁହଁ।
ଦିନ ରାତି ଭକତ ର କଥା କୁ ବୁଝ
ଉଣା କରିଦିଅ ଭବ ଯାତନା ବୋଝ ।
ଓଷା ଉପାସନା ବ୍ରତ ପୂଜା ପାର୍ବଣ
ପାଳି ମନ କଥା ଭକ୍ତ କରେ ଜଣାଣ ।
ଯୁଧିଷ୍ଠିର ପଚାରନ୍ତି କୁହହେ କୃଷ୍ଣ
କେଉଁ ବ୍ରତ କଲେ ହୁଏ ପାପ ମୋଚନ ।
ହସିହସି ଶ୍ରୀକୃଷ୍ଣ ଯେ ଉତ୍ତର ଦେଲେ
ପାପ କ୍ଷୟ ହୁଏ ଏକାଦଶୀ ପାଳିଲେ ।
ବରଷକେ ଏକାଦଶୀ ଚବିଶ ଗୋଟି
ଏକାଦଶୀ ହରିବାସ ବିଷ୍ଣୁ ପୂଜାଟି ।
ଯେଉଁ ଏକାଦଶୀ ଫଳ ମିଳେ ଯେମିତି
ସେ ଏକାଦଶୀ ର ନାମ କ୍ଷାତ ସେମିତି ।
କୃଷ୍ଣ ଙ୍କୁ ଯୁଧିଷ୍ଠିର ପଚାରନ୍ତି ପୂଣି
କୁହ ଆହେ ନଟବର ହେ ନୀଳମଣି,
ବୈଶାଖ ଶୁକ୍ଳ ପକ୍ଷ ଏକାଦଶୀ ତିଥି
କିମ୍ପାଇ ରହିଛି ତାର ଜଗତେ କ୍ଷାତି ?
ମୋହିନୀ ଏକାଦଶୀ ଭାବରେ ସେ କ୍ଷାତ
ବୁଝାଇ କହିଲେ ଯେ ବସୁଦେବ ସୂତ।
ବିଷ୍ଣୁ ପୁରାଣ ରେ ଅଛି କଥା ବର୍ଣ୍ଣନ
ହୋଇଥିଲା ଯେବେ କ୍ଷୀର ସିନ୍ଧୁ ମନ୍ଥନ
ଅମୃତରେ ଭରା ହାଣ୍ଡି ତହୁଁ ମିଳିଲା
ସୁର ଅସୁର ଙ୍କ ମଧ୍ଯେ କଳି ଲାଗିଲା।
ବିନ୍ଦୁ ଏ ଅମୃତ ଯିଏ ପାନ କରିବ
ଚିରଦିନ ପାଇଁ ସିଏ ଆମର ହେବ ।
ଅସୁରେ ପାଇଲେ ସେହି ଅମୃତ ଭାଣ୍ଡ
ଅମର ହେବେସେ ନାସ ହେବ ବ୍ରହ୍ମାଣ୍ଡ।
ସେଥିପାଇଁ ବିଷ୍ଣୁ ଧରି ମୋହିନୀ ରୂପ
ମାୟାବଳେ ଅସୁର ଙ୍କ ଭାଙ୍ଗିଲେ ଦର୍ପ ।
ଚତୁରେ ଦେବତାଙ୍କୁ ଅମୃତ ବାଣ୍ଟିଲେ
ଦେବତା ସକଳ ତହୁଁ ଅମର ହେଲେ ।
ଏହି ଲିଳା ଯେଉଁ ଦିନ ଥିଲା ଯେ ଘଟି
ସେଦିନ ବୈଶାଖ ଶୁକ୍ଳ ଏକାଦଶୀ ଟି ।
ତେଣୁ ନାମ ହେଲା ମୋହିନୀ ଏକାଦଶୀ
ଯୁଧିଷ୍ଠିର ଙ୍କୁ ଶ୍ରୀକୃଷ୍ଣ କହିଲେ ହସି ।
ଆଉ ଏକ କିମ୍ବଦନ୍ତୀ ରହିଛି ପୁଣି
ଏକାଦଶୀ ନାମ କିମ୍ପା ହେଲା ମୋହିନୀ ।
ରାଇଜ ଟିଏ ଥିଲା ନାମ ତା ଅବନ୍ତି
ଚଣ୍ଡାଳ ରାଜା ଥିଲେ ତାର ନରପତି।
ଏକାଦଶୀ ବ୍ରତ ରାଜା ଭକ୍ତିରେ ପାଳନ୍ତି
ନିଷ୍ଠା ରେ ବ୍ରତ ବିଧି ବିଧାନ ମାନନ୍ତି।
ରାଜାଙ୍କର ଧର୍ମ କର୍ମେ ପ୍ରଜା ଏ ଖୁସି
ସେ ରାଜ୍ୟେ ଯମଦୂତ ପାରନ୍ତିନି ପସି ।
ସେଥିପାଇଁ ଯମରାଜ ଚିନ୍ତା ରେ ପଡିଲେ
ବ୍ରହ୍ମା ଙ୍କୁ ତ ମନ କଥା ଯାଇ ଜଣାଇଲେ ।
ନାରଦ ସେହିଠାରେ ଥିଲେ ଉପସ୍ଥିତ
କହିଲେ ରାଜା କରେ ଏକାଦଶୀ ବ୍ରତ।
ସେଥିପାଇଁ ଡରନ୍ତି ତାଙ୍କୁ ଯମଦୂତ
ଧର୍ମ ହାନି ହେବ ତା ଉଜାଡିଲେ ବ୍ରତ ।
ଯମଦୂତ ପାରିବେ ସେ ରାଜ୍ୟ ରେ ପସି
ପାରିବେନି କେହି ଆଉ ତାଙ୍କ ଠୁ ଖସି ।
ବ୍ରହ୍ମା ତହୁଁ ସରଜିଲେ ସୁନ୍ଦର ନାରୀ
ଉଭା ହେଲା ମୋହିନୀ ବେଶ ସେ ଧରି ।
ଚଣ୍ଡାଳ ରାଜାଙ୍କୁ ସେ କଲା ବଶିଭୁତ
ତା ରୂପ ଦେଖି ରାଜା ହୋଇଲେ ମୋହିତ।
ବିଭାହେବା ପାଇଁ ରାଜା ପ୍ରସ୍ତାବ ଦେଲେ
ବିବାହ ପାଇଁ ନାରୀ ସର୍ତ୍ତ ଯେ ରଖିଲେ ।
ଯେତେବେଳେ ଯାହା ସେ ଇଚ୍ଛା କରୁଥିବେ
ଅବିଳମ୍ବେ ରାଜା ତା ପୂରଣ କରିବେ ।
ମ
ୋହିନୀ ମାୟା ରାଜା ପାରିଲେନି ବୁଝି
ନାରୀ ସର୍ତ୍ତ ରେ ରାଜା ହୋଇଗଲେ ରାଜି ।
ବିବାହ ବନ୍ଧନେ ରାଜା ଛନ୍ଦି ହୋଇଲେ
ହସ ଖୁସିରେ ସେତ ଦିନ ବିତାଇଲେ ।
ଆସିଲା ବୈଶାଖ ଶୁକ୍ଳ ଏକାଦଶୀ ବ୍ରତ
ଦଶମୀ ଦିନ ରାଜା ହୋଇଲେ ପ୍ରସ୍ତୁତ।
ମାୟାବିନୀ ନାରୀ କୁ ମହୁକା ମିଳିଲା
ରାଜା ଙ୍କ ପାଖରେ ସେ ଯାଇ ପହଞ୍ଚିଲା ।
କହିଲା ସହବାସ ପାଇଁ ତା'ର ମନ
ବ୍ରତ କଥା ଭୁଲି ରାଜା ଦିଅ ଧିଆନ।
ନହେଲେ ତୁମ ପୁତ୍ର କଟା ମୁଣ୍ଡ ଆଣ
ଦେଖି ଶାନ୍ତ ହେବ ମୋର ଏ ମନ ପ୍ରାଣ ।
ବିଚାରା ସେ ରାଜା ଯେ ହେଲେ ବିଚଳିତ
ପୁଅ ମୁଣ୍ଡ କାଟିବାକୁ ହେଲେ ଉଦ୍ଯତ ।
ରାଜା ଯେଣୁ ଥିଲେ ସେତ ବିଷ୍ଣୁ ଭକତ
ବିଷ୍ଣୁ ପୁର ତେଣେ ପରା ହେଲା ପ୍ରକମ୍ପିତ।
ବ୍ରହ୍ମା ଙ୍କର ମାୟା ବିଷ୍ଣୁ ବୁଝି ପାରିଲେ
ଭକ୍ତ ପାଇଁ ଭକ୍ତ ବନ୍ଧୁ ଅଧିର ହେଲେ ।
ବିଷ୍ଣୁଙ୍କ ନିର୍ଦ୍ଦେଶେ ସାରା ଅବନ୍ତି ବାସୀ
ବୈକୁଣ୍ଠ ପୁର କୁ ସେ ଗଲେ ହସିହସି।
ଚଣ୍ଡାଳ ରାଜା ମଧ୍ୟ ବୈକୁଣ୍ଠ କୁ ଗଲେ
ବିଷ୍ଣୁ ଙ୍କ ଚରଣରେ ସେତ ଲୀନ ହେଲେ ।
ରାଜା ଙ୍କର ବ୍ରତ ବଳେ ମୋହିନୀ ନାରୀ
ଭବ ବନ୍ଧନ ରୁ ସେତ ହୋଇଲେ ପାରି ।
ସିଏ ବି ବୈକୁଣ୍ଠ ପୁରେ ପାଇଲେ ସ୍ଥାନ
ଏକାଦଶୀ ବ୍ରତର ଏ ମହିମା ମହାନ ।
ତେଣୁ ବଇଶାଖ ଶୁକ୍ଳ ଏକାଦଶୀ ତ
ମୋହିନୀ ଏକାଦଶୀ ଭାବେ ହେଲା କ୍ଷାତ ।
ଉତ୍ତରା ରାମାୟଣରେ ଅଛି ବର୍ଣ୍ଣନ
ମୋହିନୀ ଏକାଦଶୀ ବ୍ରତ କଥା ଜାଣ ।
ମାତା ସୀତା ଗଲେ ଯେବେ ପାତାଳେ ଚାଲି
ପ୍ରଭୁ ରାମ ପାରିଲେନି ମାତାଙ୍କୁ ଭୁଲି ।
ବିଷାଦ ଅବସାଦ କରୁଥିଲା ବାଦ
ଚିନ୍ତା ଦୁଶ୍ଚିନ୍ତାରେ ଗଣୁଥିଲେ ପ୍ରମାଦ ।
ଗୁରୁ ବଶିଷ୍ଠ ଙ୍କୁ ରାମ କହିଲେ ଯାଇ
ଏଥିରୁ ନିସ୍ତାର ବାଟ ଦିଅ ବତାଇ ।
ବଶିଷ୍ଠ କହିଲେ ତୁମେ ପୁରୁଷୋତ୍ତମ
ପାପି ତରିଯାନ୍ତି ଜପି ତୁମରି ନାମ ।
ତୁମ ନାମ ଜପ କଲେ ମିଳଇ ଶାନ୍ତି
ଦୂର ହୁଏ ଅବସାଦ ମନର କ୍ଳାନ୍ତି।
ତୁମ ଅବସାଦ ଦୂର ହୋଇବା ପାଇଁ
ମୋହିନୀ ଏକାଦଶୀ ବ୍ରତ ପାଳ ଯାଇ ।
ନିଜେତ ନିଜେ ତୁମକୁ ପୂଜା କରିବ
ସୀତା ବିରହ ଦୁଃଖ ଅପସରିଯିବ।
ରାମ ଚନ୍ଦ୍ର ଗୁରୁଙ୍କର କଥା ମାନିଲେ
ମୋହିନୀ ଏକାଦଶୀ ବ୍ରତ ସେ କଲେ ।
ବିରହ ଅବସାଦରୁ ମିଳିଲା ମୁକ୍ତି
ମୋହିନୀ ବ୍ରତ ର ସେ ମହା ଶକତି।
ନିଷ୍ଠା ରେ ତ ଏହି ବ୍ରତ ଯିଏ କରନ୍ତି
ହୃଦୟ ନିର୍ମଳ ହୁଏ ମିଳଇ ଶାନ୍ତି ।
ବ୍ରତଧାରୀ ଶୁଦ୍ଧ ଚିତ୍ତ ଶୁଦ୍ଧ ମନରେ
ଏ ବ୍ରତ ପାଳନ ପାଇଁ ଅଛି ବିଧିରେ ।
ବୈଶାଖ ଶୁକ୍ଳ ଦଶମୀ ସନ୍ଧ୍ୟାରେ ବ୍ରତୀ
ବ୍ରତ ଅଧିବାସ ସେ ନିଷ୍ଠା ରେ କରନ୍ତି ।
ଏକାଦଶୀ ପ୍ରତ୍ୟୁଷରୁ ଆରମ୍ଭ ବ୍ରତ
ପୂଜା ଅରଚନା ବିଷ୍ଣୁ ନାମ ଜପିତ ।
ଦୟାନିଧି ଦୟାମୟ କରୁଣା କର
ଦୁଃଖ ଅବସାଦ ପ୍ରଭୁ କରହେ ଦୂର ।
ତମସା ତିମୀର ପ୍ରଭୁ ଦିଅ ଦୂରେଇ
ମିନତି ମାତର ତୁମ ନାମକୁ ଧ୍ୟାଇ ।