Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy Inspirational Children

3  

Aishwarya Mishra

Tragedy Inspirational Children

ମୋ ସହରରେ ବର୍ଷା

ମୋ ସହରରେ ବର୍ଷା

1 min
176



ଆଜି ମୋ ସହରରେ ଆସିଛି ବର୍ଷା

କିନ୍ତୁ ସାଥିରେ ଆଣିନି

ଭିଜାମାଟିର ବାସ୍ନା ,

ଦୂର ଦିଗ୍ ବଳୟରେ ବି ଦିଶୁନି 

ଇନ୍ଦ୍ରଧନୁର ସାତ-ରଙ୍ଗ ,

ଆକାଶ ବି ଝଲସି ଉଠୁନାହିଁ 

ବିଜୁଳିର ଚମକରେ ,


ତଥାପି ମୋ ସହରରେ ଆସିଛି ବର୍ଷା

ଏଠି ଜଙ୍ଗଲ ତ ନାହିଁ ,

ମୟୁର ବା ଆସିବ କୁଆଡୁ !

ବର୍ଷା ସହ ମିଶି

ନାଚିବାକୁ, ଗାଇବାକୁ

କାହା ପାଖରେ ସମୟ ବି ତ ନାହିଁ ;

ପିଲାଦିନ ହଜିଛି ଆଜି

ମୋବାଇଲ୍ ରାଇଜରେ ,

ରାସ୍ତାରେ ବା କେଉଁ ଆଡ଼ୁ

ଭାସି ଭାସି ଆସିବ କାଗଜର ଡ଼ଙ୍ଗା !


ତଥାପି ମୋ ସହରରେ ଆସିଛି ବର୍ଷା

କେତେ ଜଣା-ଅଜଣା

ପ୍ରଦୂଷକ ସହ ମିଶି

ଝରିଯାଉଛି ସେ ଅମ୍ଳର ରୂପ ନେଇ ,


ସମ୍ପର୍କରେ ଦୁର୍ଭିକ୍ଷ ପଡ଼ିଥିଲେ ସିନା

ବର୍ଷାର ସ୍ପର୍ଶ ପାଇ

ଲଭିଥା'ନ୍ତା ନବ-ଜୀବନ ,

ଏଠି ତ ସଂପର୍କସବୁ

କେବେ ଠାରୁ ମରି, ହଜିଗଲାଣି ;


ତଥାପି ମୋ ସହରରେ ଆସିଛି ବର୍ଷା

କଙ୍କ୍ରିଟ୍ ଜଙ୍ଗଲର 

କୃତ୍ରିମ ପାଦପମାନଙ୍କୁ ,

ପୁଣି ଥରେ 

ସବୁଜ ରଙ୍ଗରେ ସଜେଇଦେବା ପାଇଁ ,


ମୋ ସହରରେ ଆସିଛି ବର୍ଷା ।


Rate this content
Log in

Similar oriya poem from Tragedy