ମୋ ପ୍ରିୟାର ଗାଁ
ମୋ ପ୍ରିୟାର ଗାଁ
ଏହି ବାଟ ଦେଇ ମୋର ପ୍ରିୟା ଆସଇ
ପ୍ରେମ ପୀରତି କୁ ନେଇ
ଦୁଇ କୂଳ ଥାଇ ଅଳସୀ ନଇଁ ଟା
ପାଖେ ପାଖେ ଯାଏ ବୋହି ।
ତା ' ପାଖେ ରହିଛି ଦୂର ପରବତ
ଦେଖାଯାଏ ଡାଳ ବଣ
ସେପଟୁ ବହଇ ଦେହ ଦୋହଲାଇ
ମୃତ ମନ୍ଦ ସମୀରଣ ।
ସୁରୂଯ ଆସିଲେ ମୋର ପ୍ରିୟା ଉଠଇ
ଗହମ ନିଦକୁ ଭାଙ୍ଗି
ଧିର ଚାଲି ତା'ର ଗୋଲାପି ଅଧର
ଚାଲି ପାଦକୁ ଛନ୍ଦି।
ପ୍ରିୟା ର ଗାଆଁ ରେ ବଣ ମଲ୍ଲୀ ଫୁଟେ
ବାସ ତା'ର ମହମହ
ଆମ୍ବ ଗଛ ଡାଳେ କୋଇଲି ରାବଇ
ବହେ ପ୍ରୀତି ର ମଳୟ ।
ଚମ୍ପା, କନିଅର, ଅପରାଜିତା ଫୁଲ ଯେତେ
ଫୁଟଇ ଫୁଲ
ଫୁଲର ମହକ ମନେ ଭରିଯାଏ
ଖୁସିର ଅମୂଲ ମୂଲ ।
ସେ ଗାଆଁ କୁ ନେଇ କେତେ ଯେ ସପନ
ଦେଖଇ ମୁଁ ନିତିଦିନ
ପ୍ରେମ ପ୍ରଣୟର ଖୁସିରେ ଖୁସିରେ
ବିତିଛି ଯେ କେତେ ଦିନ।
ଏ ପଥେ ଆସଇ ପ୍ରିୟା ମୋର ପାଶେ
ଖୁସି ର ଲହରୀ ନେଇ
ସଞ୍ଜ ହେଲେ ଫେରେ ବିରହ ମନରେ
ପ୍ରତାରଣା ସିଏ ଦେଇ ।
ସେହି ଗାଁ ମୋର ଚିର ପରିଚିତ
ସେ ଗାଁ ର ବିଲ ବଣ
ଆଜିବି ରହିଛି ମନ ଉହାଡରେ
ଅତୀତର ଅଭୁଲା ଦିନ।
ଆଜି ପ୍ରିୟା ନାହିଁ ଯାଇଛି କେବେଠାରୁ
ଆଉ କାହା ବଧୂ ହୋଇ
ହେଲେ ମନ ମୋର ଏ ଯାଏଁ ରହିଛି
ପ୍ରୀତି ଅପସୋରା ହୋଇ।