STORYMIRROR

Priyaranjan Biswal

Abstract Fantasy Others

2  

Priyaranjan Biswal

Abstract Fantasy Others

ମୋ ପ୍ରିୟ ବାନ୍ଧବୀ

ମୋ ପ୍ରିୟ ବାନ୍ଧବୀ

1 min
21


ମୋ ପ୍ରିୟ ବାନ୍ଧବୀ

ରହିଅଛି ମୋର

ହୃଦୟର ପ୍ରତି କୋଣେ।

ତଥାବି ଜାଣେନା

କାହିଁକି କେଜାଣି

ମନ ଖୋଜେ ପ୍ରତି କ୍ଷଣେ।।


ବାନ୍ଧବୀ ମୋହର

କ୍ଷଣେ ଦୂରେ ଯାଉ

ଚାହେଁନା ହୃଦୟ ଲବେ।

ଏମିତି ସମୟ

ଜୀବନେ ଆସିବ

ଭାବି ମୁଁ ନଥିଲି କେବେ।।


ଯେତେ ମୁଁ ମିଶୁଛି

ସେତେ ମୁଁ ଝୁରୁଛି

ନିଆରା ବ୍ଯକ୍ତିତ୍ୱ ତାର।

ମୋ ପୁରା ସତ୍ତାଟା

ହେଲାଣି ତାହାର

ପାଇ ତା ମିଠା ଅଦର।।


ବନ୍ଧବୀ ମୋହର

ଅତି ଅନ୍ତରଙ୍ଗ

ଜୀବନେ ଭରେ ସେ ଖୁସି।

ବିରହ ଯନ୍ତ୍ରଣା 

ଅସହ୍ଯ‌ ହେଲାଣି

ଦେଇ ଦିଅ ମତେ ଫାଶୀ।।


ତାର ଆଗମନେ

ଜୀବନ ମୋହର

ଆନନ୍ଦରେ ଗଲା ଭରି।

ତାର ସୁଖ ପାଇଁ

ଦରକାର ହେଲେ 

ନିଜକୁ ଦେବି ମୁଁ ମାରି।


ତାର ସୁଖ ପାଇଁ

ଜୀବନ ଯନ୍ତ୍ରଣା

ହସି ହସି ମୁଁ ସହିବି।

ଦୁଃଖ ସବୁ ତାର

ଦୂର କରି ଦେଇ

ଚିର ନିଦ୍ରାରେ ଶୋଇବି।।


ଜାଣେ ବେଶି ଦିନ

ନାହିଁ ମୋ ପାଖରେ

ବାହାଘର ହେବ ତାର।

ବାହାଘର ପରେ

ସ୍ୱାମୀ ଓ ସଂସାରୁ

ମିଳିବନି ତାକୁ ତର।।


ମନ ଓ ହୃଦୟେ

ବସା ବାନ୍ଧି ଅଛି

କେବଳ ଗୋଟିଏ ଡର।

ସଂସାର ଜଞ୍ଜାଳେ

ଭୁଲି ଯାଇ ପାରେ

ବନ୍ଧୁତାକୁ ସିଏ ମୋର।।


ସେ ନୁହେଁ ଦ୍ରୌପଦି

ମୁଁ ନୁହେଁ ଗୋବିନ୍ଦ

ସଖାକି ପାରିବି ହୋଇ?

ସ୍ୱାମୀ ଯଦି ତାର

ବିରୋଧ କରିବ

କିକରି ପାରିବି ମୁଁହିଁ?


ଇଛା ତୁମ ଯାହା

କର ତୁମେ ପ୍ରଭୁ

ଆପତ୍ତି କିଛି ମୋ ନାହିଁ।

ଦୁଃଖ କିନ୍ତୁ କେବେ 

ଦେବେ ନାହିଁ ତାକୁ

ପାରିବି ନାହିଁ ମୁଁ ସହି।।



Rate this content
Log in

Similar oriya poem from Abstract